ଜୈବିକ କୃଷି ଉପରେ ବିଶେଷ ଗରୁତ୍ୱ; ପ୍ରତିଷ୍ଠା ହେବ ୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର୍
by Argus News
Tue, Jul 23 | 8:45 p.m.

ଅର୍ଗସ ବ୍ୟୁରୋ: ଜୈବିକ କୃଷି ଆଜିର ଆବଶ୍ୟକତା । ତେଣୁ ଅର୍ଗାନିକ ଫାର୍ମିଂ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ସେଥିପାଇଁ କୃଷି ଓ କୃଷକଙ୍କ ବିକାଶ ପାଇଁ 2024-2025 ଆର୍ଥିକ ବଜେଟ୍ ରେ 1.52 ଲକ୍ଷ କୋଟି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କୃଷକମାନେ ଜୈବିକ କୃଷି ଆପଣେଇବା ଦ୍ୱାରା ରାସାୟନିକ ସାର,  କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।ଏହି  ଅର୍ଗାନିକ୍ ଫାର୍ମିଂ ଦ୍ୱାରା ନା କେବଳ ମୃତ୍ତିକା ସଂରକ୍ଷଣ ହେବା ବରଂ ଜୈବ ବିବିଧତା ମଧ୍ୟ ବୃଦ୍ଧି ପାଇଥାଏ । ଖାଲି ଏତିକି ନୁହେଁ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା କୃଷକଙ୍କ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡେନାହିଁ । ଯାହାଦ୍ୱାରା ସେମାନଙ୍କର ଅଧିକ ଲାଭ ହେବ ।  

 

ଫଳରେ ଜୈବିକ କୃଷି ଉପରେ ବିଶେଷ ଗୁରୁତ୍ୱ ଦେଇ ଆଗାମୀ ୨ ବର୍ଷରେ ୧ କୋଟି ଚାଷୀଙ୍କୁ ଜୈବିକ କୃଷି ଲାଗି ସରକାର ସହାୟତା ଯୋଗାଇ ଦେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ୩୨ଟି ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । 400ଟି ଜିଲ୍ଲାରେ ଫସଲ ଡିଜିଟାଲ ସର୍ଭେ ହେବ । କୃଷି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ । ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭର ହେବା ଉପରେ ଗୁରୁତ୍ୱ ଦିଆଯିବ । ଡାଲି ଓ ତୈଳବୀଜ ଉପରେ ମିଶନ ମୋଡରେ କାମ ହେବ ।

ସେହିପରି ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ଏଥିସହ ୫ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ କ୍ରିଡେଟ୍‌ କାର୍ଡ ଜାରି ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଏହାଛଡ଼ା ୪୦୦ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ । ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ପ୍ରୋତ୍ସାହନ ମିଳିବ । ନାବାର୍ଡ ମାଧ୍ୟମରେ ଚିଙ୍ଗୁଡ଼ି ଚାଷ, ପ୍ରକ୍ରିୟାକରଣ ଏବଂ ରପ୍ତାନି ପାଇଁ ଅର୍ଥ ପ୍ରଦାନ କରାଯିବ । ଜଳବାୟୁ ଅନୁକୂଳ କୃଷିର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ । ଏହା ସହିତ ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ ଏଫ୍‌ପିଓ ଗଠନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଭାଗିତାରେ ଡିଜିଟାଲ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରାଯିବ । ଏହି ଡିଜିଟାଲ୍ ଢାଞ୍ଚା କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେପରିକି ପାଣିପାଗ ପୂର୍ବାନୁମାନ, ଫସଲ ଜନିତ ପରାମର୍ଶ ଏବଂ ବଜାର ମୂଲ୍ୟ ଭଳି ସୁବିଧା ପ୍ରଦାନ କରାଯିବ । ଯାହା ଚାଷୀଙ୍କୁ ଉତ୍ପାଦନ ବଢାଇବା ସହ ଚାଷୀଙ୍କୁ ଲାଭାନ୍ୱିତ କରିବ ।

 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା