2024-25ର ପୂର୍ଣ୍ଣାଙ୍ଗ ବଜେଟ ଲୋକଙ୍କ ରୋଜଗାର ବଢାଇବ
by Argus News
Tue, Jul 23 | 7:07 p.m.

ଅର୍ଗସ ବ୍ୟୁରୋ:  ମୋଦିଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । 2024-25ର ଏହି ପୂର୍ଣ୍ଣାଙ୍ଗ ବଜେଟ ଲୋକଙ୍କ ରୋଜଗାର ବଢାଇବ । ରେକର୍ଡ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗରିବ,ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ସରକାରଙ୍କ ଫୋକସ୍  । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ଲକ୍ଷ୍ୟ ରହିଛି । ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ। ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ। ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି । ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିଆରି ହେବ ରାସ୍ତା। ପିଏମ ଆଓ୍ବାସ ଯୋଜନାରେ 3କୋଟି ଅଧିକ ଘର ଯୋଗାଇ ଦିଆଯିବ ।  

ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା ହୋଇଛି । ଭାରତ ଯୁବ ବର୍ଗ ଙ୍କୁ ଆତ୍ମନିର୍ଭର ପାଇଁ ଯୋଜନା କରାଯାଇଛି। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ।ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ରହିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ। ମୁଦ୍ରା ଲୋନର ଲିମିଟ 10ଲକ୍ଷ ଟଙ୍କାରୁ ବଢାଯାଇ 20 ଲକ୍ଷ ଟଙ୍କା କରାଯାଇଛି । 20ଲକ୍ଷ ଯୁବପିଢୀଙ୍କୁ 5ବର୍ଷ ମଧ୍ୟରେ ସ୍କିଲ୍ଡ କରାଯିବ । ଏକ ହଜାର ଆଇଟିଆଇ ପ୍ରତିଷ୍ଠା ହେବ ।

କେନ୍ଦ୍ର ବଜେଟରେ କୃଷି ଓ କୃଷକଙ୍କ ଉପରେ ଅଧିକ ଫୋକସ୍ ରହିଛି। କୃଷି ଓ ତା ସହିତ ସମ୍ପର୍କିତ କ୍ଷେତ୍ର ପାଇଁ 1.52 ଲକ୍ଷ କୋଟି । 32ଟି ଫସଲର 109 କିସମ ଅଣାଯିବ । 400ଟି ଜିଲ୍ଲାରେ ଫସଲ ଡିଜିଟାଲ ସର୍ଭେ ହେବ । କୃଷି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଇଛି । ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭର ହେବା ଉପରେ ଗୁରୁତ୍ବ ଦିଆଯାଇଛି । ଡାଲି ଓ ତୈଳବୀଜ ଉପରେ ମିଶନ ମୋଡରେ କାମ ହେବ ।କେନ୍ଦ୍ର ବଜେଟରେ ଶିକ୍ଷାକୁ ଗୁରୁତ୍ବ ମିଳିଛି । ଉଚ୍ଚଶିକ୍ଷା ପାଇଁ 10 ଲକ୍ଷ ଟଙ୍କା ଯାଏଁ ଋଣ ଦେବେ ସରକାର । କୌଣସି ସରକାରୀ ଯୋଜନାର ଲାଭ ପାଉନଥିବା ଛାତ୍ରଙ୍କୁ ମିଳିବ ଋଣ ସହାୟତା । ପ୍ରତିବର୍ଷ ଏକ ଲକ୍ଷ ଛାତ୍ରଙ୍କୁ ଦିଆଯିବ E-ଭାଉଚର । ଶିକ୍ଷା ଉପରେ ଋଣର ସୁଧ ଉପରେ 3% ବାର୍ଷିକ ସୁଧ କରାଯିବ ଛାଡ଼ । 1 ଲକ୍ଷ ଛାତ୍ରଛାତ୍ରୀ ସୁଧ ଛାଡ଼ ଦ୍ବାରା ଲାଭବାନ ହେବେ । ଶିକ୍ଷା, ନିଯୁକ୍ତି ଓ ପ୍ରଶିକ୍ଷଣ ପାଇଁ 1.54 ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି।5ବର୍ଷରେ 500 ଟପ  କମ୍ପାନିରେ 1କୋଟି ଯୁବପିଢୀଙ୍କୁ ଇନଟର୍ଣ୍ଣସିପର ସୁଯୋଗ ମିଳିବ । 

ମହିଳାଙ୍କ ପାଇଁ 3 ଲକ୍ଷ କୋଟିର ବ୍ୟବସ୍ଥା ହୋଇଛି । କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା ଉପରେ ପ୍ରାଥମିକତା ଦିଆଯାଇଛି । କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍ ନିର୍ମାଣ କରିବେ ସରକାର । ବିଶେଷ କୌଶଳ କାର୍ଯ୍ୟକ୍ରମର ଆୟୋଜନ କରିବେ ସରକାର । ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଅନ୍ତର୍ଗତ 63ହଜାର ଆଦିବାସୀ ଗାଁର 5କୋଟି ଆଦିବାସୀ ଉପକୃତ ହେବେ ।

ଅଧିକ ପଢ଼ନ୍ତୁ:ବଜେଟ୍‌ରେ ମହିଳାମାନଙ୍କୁ ସ୍ୱତନ୍ତ୍ର ପ୍ରାଧ୍ୟାନ୍ୟ
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା