ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଢ଼ିବା
by Argus News
Tue, Sep 03 | 8:54 p.m.

ଅର୍ଗସ ବ୍ୟୁରୋ: ଏମିତି ଆହ୍ୱାନ ଦେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଦଳର ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି 

ଘର ଘରକୁ ଯାଇ ବିଜେପି କୁ ଭୋଟ ଦେଇଥିବା ଲୋକଙ୍କୁ ଖୋଜି ଦଳ ସହ ଯୋଡିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ବଡ଼ ହୃଦୟ ନେଇ ଭୋଟ ଦେଇ ନ ଥିବା ଲୋକଙ୍କୁ ମଧ୍ୟ ସଦସ୍ୟ କରି ଗୋଟିଏ ଛତା ତଳକୁ ଆଣିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଭାପତି । ସେହିପରି ଏହି କାଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବା ସହ ପ୍ରତି ବୁଥରେ 400 ସଦସ୍ୟ ଟାର୍ଗେଟକୁ ହାସଲ କରିବାକୁ ହେବ । ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି 100 ଦିନ ପୂର୍ବରୁ ହୋଇଛି । ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରାଯାଇଥିଲା । 

ଗତକାଲି ଦିଲ୍ଲୀରୁ ଆରମ୍ଭ ହେଲା ବିଜେପିର ମେଗା ମେମ୍ବରସିପ୍ ଡ୍ରାଇଭ୍ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନିଜ ସଦସ୍ୟତାକୁ ନବୀକରଣ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଏହି ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ  ଆହ୍ବାନ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର..
 

ବାଲେଶ୍ବର ବନ୍ୟା
15m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
47m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
52m ago
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ