ଗୃହରେ ରେଭେନ୍ସା ତାତି; ପ୍ରସଙ୍ଗ ଉଠାଇ ସୁରକ୍ଷା ଦେବାକୁ ଦାବି କଲେ ବ୍ୟୋମକେଶ ରାୟ
by Argus News
Fri, Sep 06 | 3:21 p.m.

ଅର୍ଗସ ବ୍ୟୁରୋ: ବିଧାନସଭାରେ ରେଭେନ୍ସା ତାତି । ଗୃହରେ ପ୍ରସଙ୍ଗ ଉଠାଇ ସୁରକ୍ଷା ଦେବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଅନ୍ୟପଟେ ଶୂନ୍ୟକାଳରେ ବିବୃତ୍ତି ରଖିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ବିଧାନସଭା ଚାଲିଥିବା ବେଳେ ବ୍ୟୋମକେଶ ରାୟ ତାଙ୍କ ନିର୍ବାଚନ ମଣ୍ଡଳୀ ହୋଇନଥିବା ସତ୍ତ୍ବେ କାହିଁକି ରେଭେନ୍ସା ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ । ବିଧାୟକ ଛାତିରେ ହାତ ରଖି କହି ପାରିବେ କି ଧମକ ଦେଇନାହାନ୍ତି । ପୂର୍ବରୁ ବିନା ଏଫଆଇଆରରେ ଲୋକଙ୍କୁ ଗିରଫ କରାଯାଉଥିଲା ବୋଲି କହିଛନ୍ତି ଇରାଶିଷ । 

ଏହାସହ ସେ ଆହୁରି କହିଛନ୍ତି, ରେଭେନ୍ସା ନିଷ୍ଠୁରତାର ପ୍ରମାଣ ଦେଇଛନ୍ତି, ଜଣେ ଗଣ ହତ୍ୟାକାରୀ ରେଭେନ୍ସା । ଯାହାଙ୍କ ପାଇଁ ଓଡ଼ିଶାର ଏକ ତୃତୀୟାଂଶ ଲୋକ ମୃତ୍ୟୁବରଣ କରିଥିଲେ । ଏଭଳି ଲୋକଙ୍କୁ କେମିତି ଗର୍ବ ବୋଲି କହୁଛି ବିଜେଡି । ବୋଧେ ବିଜେଡି ଲୋକମାନେ ଏବେ ଯାଏଁ ସାମନ୍ତବାଦୀ ଚିନ୍ତାଧାରାରୁ ବାହାରି ନାହାନ୍ତି । ସେମାନେ ଭାବୁଛନ୍ତି ଯେ, ସେ ତାମିଲ ଆସିବ ଓ ଶାସନ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏ ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି । ଯଦି ଦମ୍ ଅଛି, ବିରୋଧୀ ବିଜେଡି ବିତର୍କକୁ ଆସୁ, ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଇରାଶିଷ ।

ଐତିହାସିକ ଜଗନ୍ନାଥ ଦାସଙ୍କ ବହିରେ ରେଭେନସାଙ୍କ ଜୁଲମର କଳା କାହାଣୀ
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ