ପ୍ରଶାସନ ଶୁଣିଲାନି,କରି ଦେଖାଇଲେ ଗ୍ରାମବାସୀ
by Argus News
Wed, Apr 03 | 7:05 p.m.

ରାୟଗଡା: ମୁଣ୍ଡରେ ଠେକି ହାତରେ କଡ଼ି-କୋଦାଳ । କାହାରି ହାତକୁ ଫୁରସତ ନାହିଁ । ପାହାଡ ଛାତିକୁ ଚିରି ଗାଁ ଜମିକୁ ପାଣି ଯୋଗାଉଛନ୍ତି ଗାଁ ଲୋକେ । ଗାଁର ଛୋଟ ରୁ ବୟସ୍କ ସମସ୍ତେ କାମରେ ଲାଗିପଡିଛନ୍ତି । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଉପାନ୍ତ ଅଂଚଳ ନୂଆ ଗାଁ ର । 

ପାହାଡ ଚିରି କେନାଲ ନିର୍ମାଣ କରୁଛନ୍ତି ଗ୍ରାମବାସୀ । କିଏ ଖୋଳି ଦେଉଛି ତ କିଏ ମାଟି ପଥର କାଢ଼ି ବାହାର କରିଦେଉଛି । ଏମିତି ଏକଜୁଟ ହୋଇ କେନାଲ ନିର୍ମାଣରେ ଲାଗିପଡିଛନ୍ତି ଏହି ଉପାନ୍ତ ବାସୀ । ଏବଂ ନିର୍ମାଣ କରିଛନ୍ତି ବାଲିଗୁଡା ଘାଟରୁ ଗାଁ ପାଖ ଯାଏଁ । ମାଉଣ୍ଟେନ ମ୍ୟାନ ମାଞ୍ଝୀଙ୍କ ଭଳି କିଛି କରିଦେଖାଇଛନ୍ତି ଏହି ଗାଁ ଲୋକେ । 

ଅନେକ ଦିନର ଦାବି ପରେ ଅର୍ଥ ମଞ୍ଜୁର ହେଲା ଏବଂ ଅଡିବନ୍ଧ ନିର୍ମାଣ ହେଲା । ଉଦେଶ୍ୟ ଥିଲା ଅଞ୍ଚଳର ପ୍ରାୟ ୨୦୦ ଏକର ଚାଷଜମି ପାଣି ମାଡିବ । ଇତି ମଧ୍ୟରେ ଆଡିବନ୍ଧ ନିର୍ମାଣ ହୋଇ ୧୦ ବର୍ଷ ବିତିଗଲା । କିନ୍ତୁ କେନାଲ ହୋଇପାରିଲାନି ।  କେନାଲ ନିମନ୍ତେ ଅନେକ ଗୁହାରି ପରେ ମଧ୍ୟ ପ୍ରଶାସନ ନା ସ୍ଥାନୀୟ ନେତା କେହି ଗୁହାରୀ ଶୁଣିଲେନି । ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ । ଏବେ ଚାଷ ଜମିକୁ ପାଣି ମାଡିବ । ପନି ପରିବାଠୁ ଆରମ୍ଭ ହୋଇ ଅନେକ ଫସଲ ଅମଳ ହେଇପାରିବ । ସେଥିପାଇଁ ଗାଁ ଲୋକଙ୍କ ଖୁସି କହିଲେ ନସରେ । 

ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ଚୁପ ସ୍ଥାନୀୟ ନେତା ଓ ପ୍ରଶାସନ । ସେପଟେ ନିର୍ବାଚନ ପ୍ରଚାରକୁ ନ ଆସିବାକୁ ନେତାଙ୍କୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ