ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ
by Argus News
Thu, Apr 04 | 12:58 p.m.

ଭୁବନେଶ୍ୱର:  ପ୍ରବଳ ଖରା ଓ ହିଟ ୱେଭ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ ହୋଇଛି । ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ 10 ଟି ବେଡ଼୍ ମହଜୁଦ ରଖାଯାଇଛି । ଏହାସହ ଖରାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ 3 ଟି ors କର୍ଣ୍ଣର ଖୋଲା ଯାଇଛି ଯେଉଁଠି ors ପାଣି ଦିଆ ଯାଉଛି । 

ତାତିରେ ସିଝୁଛି ସାରା ଓଡ଼ିଶା

ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ, ଛତା, ଓଦା ଗାମୁଛା ନେବା ପାଇଁ ନିବେଦନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡ଼ାଇରେକ୍ଟର ଲଷ୍ମୀଧର ସାହୁ । ଯଦି ଖରାରେ ମୁଣ୍ଡ ବୁଲାଉଛି ତେବେ ପ୍ରାଥମିକ ଚିକିତ୍ସା ସ୍ୱରୂପ ପ୍ରଥମେ ଓଦା କପଡ଼ାରେ ମୁଣ୍ଡ ପୋଛିବା ସହ ,ଲେମ୍ୱୁ ଲୁଣ,ଚିନି ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଶରୀରରୁ ଝାଳ ବାହାରିଲେ ସୋଡିୟମ ଲେବୁଲ କମି ଯାଏ । ତେଣୁ ଖରା ଦିନରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । 

ଆଜି ବି କଲବଲ କରିବ ତାତି

ତାତିରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା। ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା।  ଆଗକୁ ଆହୁରି ଅଣାୟତ୍ତ କରିବ ଖରା ବୋଲି ସତର୍କ କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛ । 

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତକାଲି ୬ଟି ସହରରେ ତାପମାତ୍ରା ୪୧ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା । ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୧.୮ ଡିଗ୍ରୀ ରେକର୍ଡ ହୋଇଥିଲା । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ