ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ, ସଞ୍ଜୟ ରୟ ହିଁ ମୁଖ୍ୟ ଅଭିଯୁକ୍ତ
by Argus News
Tue, Oct 08 | 7:56 a.m.

ଅର୍ଗସ ବ୍ୟୁରୋ:  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ପରଦା ହଟିଛି। ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ। ସଞ୍ଜୟ ରୟ ହିଁ ମୁଖ୍ୟ ଅଭିଯୁକ୍ତ। ସେ ହିଁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଛି। ତେବେ ଦୁଇ ମାସର ତଦନ୍ତ ମଧ୍ୟରେ ଗତକାଲି କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଏହା ପୂର୍ବରୁ ସିବିଆଇ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ୨୦୦ ଜଣଙ୍କ ବିବୃତ୍ତିକୁ ଚାର୍ଜସିଟରେ ରେକର୍ଡ କରାଯାଇଛି।

ଏଥିରେ ସଞ୍ଜୟ ରୟକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା ପୁଲିସ। ମାତ୍ର ଦେଶବ୍ୟାପୀ ଆନ୍ଦୋଳନ ଜୋର୍ ଧରିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ କଲିକତା ହାଇକୋର୍ଟ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ASTROLOGICAL
49m ago
ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହନ୍ତୁ ଏହି ରାଶି...
ଅର୍ଗସ ବ୍ୟୁରୋ: କିପରି କଟିବ ଆଜି ଆପଣଙ୍କ ଦିନ । ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ। ମେଷ- ପରିବାର ଉପରେ ସ୍ନେହ ସଦିଚ୍ଛା ରହିବ । ଅନ୍ୟ ମନସ୍କତା ଓ ଆଘାତ ପ୍ରାପ୍ତିର ଆଶଙ୍କା ରହିଛ
FLAG MARCH
କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ, ସୁରକ୍ଷିତ ଭାବେ ପୂଜା ପାଳନ କରିବାପାଇଁ ଗୁରୁତ୍ୱ
ଅର୍ଗସ ବ୍ୟୁରୋ: କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ | ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ବୁଲି ଫ୍ଲାଗ ମାର୍ଚ୍ଚ କରିଛନ୍ତ
CHAMPIONSHIP
ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ , ପ୍ରଥମ ଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ
ଅର୍ଗସ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ୍ ରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ । ପ୍ରଥମଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ । ଯୁବ କ୍ରୀଡାବିତଙ୍କ ପ୍ରତିଭ