ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ , ପ୍ରଥମ ଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ
by Argus News
Tue, Oct 08 | 8:27 a.m.

ଅର୍ଗସ ବ୍ୟୁରୋ:  କଳିଙ୍ଗ ଷ୍ଟାଡିୟମ୍ ରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ । ପ୍ରଥମଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ । ଯୁବ କ୍ରୀଡାବିତଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ହୋଇଥିବା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସୋମବାର ଉଦଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ ହେବା ଏବଂ ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ କ୍ରୀଡ଼ାମନ୍ତ୍ରୀ ।

ପ୍ରଥମ ଦିନର ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା- ବାଳକ ବର୍ଗରେ କ୍ରୀଡାବିତ୍ ପ୍ରତୀକ ମହାରଣାଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଚିନ୍ମୟ ନାଗଙ୍କୁ କାଂସ୍ୟ ପଦକ ମିଳିଛି। ସେହିପରି ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା- ବାଳକ ବର୍ଗରେ କ୍ରୀଡାବିତ୍‌ ଦୋଣ୍ଡପତି ଜୟରାମଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ମହେନ୍ଦ୍ର ସନ୍ତାଙ୍କୁ ରୌପ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍ ୫ ହଜାର ମିଟର ଦୌଡ଼ ପ୍ରତିଯୋଗିତା -ବାଳକ ବର୍ଗରେ ପ୍ରଦୀପ ମହତାଙ୍କୁ ରୌପ୍ୟ ପଦକ ମିଳିଛି। ୧୮ ବର୍ଷରୁ କମ୍ ଲଙ୍ଗଜମ୍ପ- ବାଳିକା ବର୍ଗରେ ସଂଜୁ ହନ୍ତାଳଙ୍କୁ କାଂସ୍ୟ ପଦକ ମିଳିଛି । ୧୮ବର୍ଷରୁ କମ୍‌ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସଂଜୁ ହନ୍ତାଳଙ୍କୁ ମିଳିଛି କାଂସ୍ୟ ପଦକ ।

ଅଧିକ ପଢ଼ନ୍ତୁ ଖେଳ ଖବର:

ଚଢ଼ାଉ
42m ago
୮ଟି ଜାଗାରେ ଚଢ଼ାଉ କରୁଛି ଭିଜିଲାନ୍ସ
ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶ ଚନ୍ଦ୍ର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ
JAGANNATH
45m ago
ପରଟାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ
ଅର୍ଗସ ବ୍ୟୁରୋ: ବିଶ୍ୱାସ ରେ ଭଗବାନ। ଖାଇବା ପରଟାରେ ପ୍ରଭୁ ଜଗନ୍ନାଥ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ସହିତ ମୟୁର ଚୁଳିଆ ଜଟ । ସତେ ଯେମିତି ଜଗତର ନାଥ ଜଗନ୍ନା
ଚଢ଼ାଉ
ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ
ଅର୍ଗସ ବ୍ୟୁରୋ: ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ । ସାଲେପୁର ରଟିଲୋ ଏସ ଡି ପି ଓ ଙ୍କ ନେତୃତ୍ଵ ରେ ପୋଲିସ ଅଧିକାରି ମାନଙ୍କ ସହ ଚଢାଉ ହୋଇଥିଲା । ସୂଚନା ମୁତାବକ କୌଣସ