ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହନ୍ତୁ ଏହି ରାଶି...
by Argus News
Tue, Oct 08 | 9:12 a.m.

ଅର୍ଗସ ବ୍ୟୁରୋ: କିପରି କଟିବ ଆଜି ଆପଣଙ୍କ ଦିନ । ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।

ମେଷ-
ପରିବାର ଉପରେ ସ୍ନେହ ସଦିଚ୍ଛା ରହିବ । ଅନ୍ୟ ମନସ୍କତା ଓ ଆଘାତ ପ୍ରାପ୍ତିର ଆଶଙ୍କା ରହିଛି । ବିବାହ ଉତ୍ସବରେ ଯୋଗଦେବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର‌୍ୟ୍ୟ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ଧାର୍ମିକ ସାନ ରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ । ବନ୍ଧୁଙ୍କ ସହ ମତଭେଦ ସମାପ୍ତ ହେବ । ଦାନ  ଧର୍ମରେ ନିୟୋଜିତ ହେବେ । ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଅନ୍ୟକୁ ଦେଇଥିବା ଧନ ପାଇ ପାରନ୍ତି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର‌୍ୟ୍ୟ କରି ଦେବେ ଜ୍ଝ କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ସ୍ଥଗିତ ରହିବା ଉଚିତ୍ । ସମାଜ ସେବାରେ ନିୟୋଜିତ ହୋଇପାରନ୍ତି । ମହିଳା ମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । କର୍ମ କ୍ଷେତ୍ରେରେ ପ୍ରିୟ ଜନ ମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ ଓ ସୁଖ, ସମ୍ମାନ ଲାଭ କରିବେ ।  ବ୍ୟବସାୟରେ ରାତା ରାତି ଲାଭବାନ୍ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ହେବ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ପାଇପାରନ୍ତି । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- କୁଳ ଦେବତାଙ୍କ ପୂଜା କରନ୍ତୁ 
କନ୍ୟା-
ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତାପାଇବେ । ଅଫିସ୍ରେ ସହକର୍ମୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର  ପୂଜା, ପାଠ କରନ୍ତୁ 
ତୁଳା-
ପାରିବାରିକ ସହମତିରେ  କାର‌୍ୟ୍ୟ ସିଦ୍ଧି ଘଟିପାରେ ।  ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ବେପାର ବୃତିରେ ସଫଳତା ହାସଲ କରିବେ । ସାହାର‌୍ୟ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର -ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ
ବିଛା-
ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । କର୍ମ କ୍ଷେତ୍ରରେ  ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ର ଛାତ୍ରୀ   ମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ପ୍ରେମିକ ପ୍ରେମିକା ମାନେ ମନ ଭିତରେ ଥିବା ସନ୍ଦେହକୁ ଦୂରେଇ ଦେଇ ନିକଟତର ହେବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ ।
ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର -ନାଲି ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମକର-
କାମ କାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜି ପାରେ । ମହିଳା ମାନଙ୍କୁ ସମ୍ମାନ ମିଳିବ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର -ହନୁମାନ ଚଲିସା  ପାଠ କରନ୍ତୁ
ମୀନ-
ବ୍ୟବସାୟରେ କମ୍ ପରିଶ୍ରମରେ ସଫଳତା ପାଇପାରନ୍ତି ।  ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।   ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ଅନ୍ୟମାନଙ୍କର ସହେଯାଗ ପାଇବେନି ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚଢ଼ାଉ
51m ago
୮ଟି ଜାଗାରେ ଚଢ଼ାଉ କରୁଛି ଭିଜିଲାନ୍ସ
ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶ ଚନ୍ଦ୍ର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ
JAGANNATH
54m ago
ପରଟାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ
ଅର୍ଗସ ବ୍ୟୁରୋ: ବିଶ୍ୱାସ ରେ ଭଗବାନ। ଖାଇବା ପରଟାରେ ପ୍ରଭୁ ଜଗନ୍ନାଥ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ସହିତ ମୟୁର ଚୁଳିଆ ଜଟ । ସତେ ଯେମିତି ଜଗତର ନାଥ ଜଗନ୍ନା
ଚଢ଼ାଉ
ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ
ଅର୍ଗସ ବ୍ୟୁରୋ: ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ । ସାଲେପୁର ରଟିଲୋ ଏସ ଡି ପି ଓ ଙ୍କ ନେତୃତ୍ଵ ରେ ପୋଲିସ ଅଧିକାରି ମାନଙ୍କ ସହ ଚଢାଉ ହୋଇଥିଲା । ସୂଚନା ମୁତାବକ କୌଣସ