ମା' ହିଙ୍ଗୁଳା ମନ୍ଦିର ବେଢ଼ା ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଓ ମୃଦୁଳା ଠାକୁର ପ୍ରଧାନ
by Argus News
Sun, Jan 14 | 1:06 p.m.

ତାଳଚେର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତର ଦ୍ଵତୀୟ ଦିନରେ ତାଳଚେରରେ ମା' ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସପତ୍ନୀଙ୍କ ସହ ମା'ଙ୍କ ପୀଠକୁ ଯାଇ  ଆଶୀର୍ବାଦ ନେଇଛନ୍ତି । ପରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ମନ୍ଦିର ବେଢ଼ାରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 

ସେପଟେ ଆଜି ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଲ୍ଡ ବୟେଜ ଆସୋସିଏସନର ପ୍ଲାଟିନମ ଜୁବୁଲିରେ ଯୋଗ ଦେବେ । ଏହାପରେ ଅପରାହ୍ନରେ ଆଠମଲ୍ଲିକରେ ଦାରୁ ବିଗ୍ରହ ସ୍ଥାପନ ମହୋତ୍ସବରେ ମଧ୍ୟ କରିବେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ ।

ଛେଣ୍ଡିପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲିରେ ଯୋଗ ଦେବେ ଉଭୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ରଘୁବର ଦାସ । ଏହି କାର୍ଯ୍ୟକ୍ରମର ସମାପ୍ତି ପରେ ଆଜି ଅପରାହ୍ନରେ ଆଠମଲ୍ଲିକ ସ୍ଥିତ ଆମ୍ବସରମୁଣ୍ଡାରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଦାରୁ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗଦେବେ ।

ଆହୁରି ପଢନ୍ତୁ ଓଡିଶା ଖବର...

BJD
10m ago
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
22m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ
BJP
28m ago
ବାଲେଶ୍ବରରେ ବିଜେପିର ଶକ୍ତି ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍