ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ
by Argus News
Thu, Jul 04 | 7:54 a.m.

ନୂଆଦିଲ୍ଲୀ:  ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ହେମନ୍ତ ସୋରେନ ଜେଲ୍‌ରୁ ଫେରିବା ପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସୋରେନ । ଜେଲ୍‌ରୁ ଫେରିବା ପରେ ହେମନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିବା ପରେ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜାନୁଆରୀ ୩୧ରେ ଇଡି ହେମନ୍ତଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା।

ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍। ଆଜି ରାଞ୍ଚିରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିଲେ ହେମନ୍ତ ସୋରେନ ।  

ଅଧିକ ପଢନ୍ତୁ ଭାରତ ଖବର 

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ