ଚଟ୍‌ ମଙ୍ଗ୍‌ନୀ ପଟ୍‌ ବିହା, ୩ ମିନିଟ୍‌ରେ ତଲାକ୍‌ 
by Argus News
Thu, Jul 25 | 9:24 p.m.

 ନୂଆଦିଲ୍ଲୀ: ଚଟ୍‌ ମଙ୍ଗ୍‌ନୀ ପଟ୍‌ ବିହା.. ଆଉ ବିବାହର ମାତ୍ର ୩ ମିନିଟ୍‌ରେ ତଲାକ୍‌। ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ  କଥାଟି ସତ। କୁଏତେ ରେ ଏଭଳି ଏକ ବିବାହ ଦେଖିବାକୁ ମିଳିଛି।   ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା।  କୋର୍ଟରେ   ଦୁଇ ଜଣଙ୍କ ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡି।   କୋର୍ଟରେ  ବିବାହ ଜନିତ ସବୁ ଔପଚାରିକ  କାର୍ଯ୍ୟ ସରିଲା ପରେ  ସ୍ୱାମୀ ସ୍ତ୍ରୀ ହୋଇଥିଲେ ଏହି କପଲ।  ଏହାର କିଛି ମିନିଟ୍‌  ରେ ଦୁଇ ଜଣ ହାତ ଧରାଧରି ହୋଇ  କୋର୍ଟରୁ ବାହାରିଥିଲେ । ଠିକ୍‌ ସେହି ସମୟରେ ହଠତ୍‌ କନ୍ୟାର ଗୋଡ ଖସିଗଲା ଆଉ ସେ  ତଳେ ପଡିଗଲେ..  ସ୍ତ୍ରୀଙ୍କର ପଡିଯିବା  ଦେଖି ସ୍ୱାମୀ  ତାଙ୍କୁ ଅଟହାସ୍ୟ କରି କହିଦେଲେ  ମୂର୍ଖ.. ବାଶ୍‌ ଏତିକି କଥା ଶେଷ.. ସ୍ୱାମୀଙ୍କ ଏହି କଥାରେ  ରାଗି ପଞ୍ଚମ ହୋଇଗଲେ ନବବିବାହିତା ସ୍ତ୍ରୀ।   ଆଗ ପଛ କିଛି ନ ଭାବି  ଯେୁଉଁ କୋର୍ଟରେ ବିବାହ  କରି ଆସିଥିଲେ ସେହି କୋର୍ଟକୁ ପୁର୍ନବାର ଗଲେ।   ଆଉ ଜଜଙ୍କୁ ତୁରନ୍ତ ତାଙ୍କ ବାହାଘରକୁ ରଦ୍ଦ କରିବା ବା ଛଡପତ୍ର  ଦେବାକୁ କହିଲେ କନ୍ୟା ।

କନ୍ୟା ର ଏଭଳି କଥା ଶୁଣି ହତବାକ୍‌ ହୋଇଗଲେ ଜଜ୍‌। କିନ୍ତୁ କିଛି ସମୟ ପରେ ଦୁଇ ଜଣଙ୍କ ସହମତିରେ  ବିବାହକୁ ରଦ୍ଦ କରିଥିଲେ ଜଜ୍। ମାତ୍ର ବିବାହକୁ ପୁରିଥିଲା  ୩ ମିନିଟ୍‌   ଆଉ ତାପରେ ତଲାକ୍‌। ଯାହାକୁ ନେଇ ଏବେ  ଖୁବ୍‌ ଚର୍ଚ୍ଚା।  ଏହା କୁଏତର ଏପର୍ଯ୍ୟନ୍ତ ସ୍ମଲ ମ୍ୟାରେଜ ବୋଲି..    ସେହିପରି ବିଟ୍ରେନ୍‌ ରେ ମଧ୍ୟ  ଏପରି ଅଜିବ ଗରିବ ଖବର ସାମ୍ନାକୁ ଆସିଛି।  ବ୍ରିଟେନ ରେ ୨୦୦୪ରେ   ଅନ୍ୟ ଏକ କପଲଙ୍କ ବିବାହରେ ମଧ୍ୟ ଏପରି  ଘଟଣା ଦେଖିବାକୁ ମିଳିଥିଲା।  ବିବାହର ମାତ୍ର ୯୦ ମିନିଟ୍‌ ପରେ ତଲାକ ଦେଇଥିଲେ କପଲ୍‌।  ଏହାର କାରଣ  ମଧ୍ୟ ଥିଲା କିଛି ରୋଚକ।  ତେବେ  ଏହା ପଛର କାରଣ ଥିଲା ଯେ  ବର ଜଣଙ୍କ କନ୍ୟାର ସାଙ୍ଗମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ.. ଯାହା କନ୍ୟାଙ୍କୁ ପସନ୍ଦ  ଆସିନଥିଲା। ଯେଉଁଥିପାଇଁ ବିବାହର ମାତ୍ର ୯୦ ମିନିଟ୍‌ରେ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ସ୍ତ୍ରୀ।  ଏଭଳି ବିବାହକୁ  ଏବେ ସୋସିଆଲ ମିଡିଆରେ କୁହାଯାଉଛି  ଚଟ୍‌ ମଙ୍ଗନୀ ଚଟ୍‌ ବ୍ୟାହା ଔର ଚଟ୍‌ ତଲାକ୍‌ ।

ଅଧିକ ଦେଖନ୍ତୁ : 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା