ଚତୁର୍ମାସରେ କ'ଣ ପାଇଁ  ଶୁଭ କାର୍ଯ୍ୟ ବନ୍ଦ, ଜାଣନ୍ତୁ 
by Argus News
Sat, Jun 22 | 7:03 p.m.

ନୂଆଦିଲ୍ଲୀ: ସନାତମ ଧର୍ମରେ ଚତୁର୍ମାସିଆ କୁ ବହୁତ ମହତ୍ୱ ଦିଆଯାଇଥାଏ।  ଏହାର ଅର୍ଥ  ୪ମାସର ପବିତ୍ର ଅବଧି।  ଧାର୍ମିକ ମାନ୍ୟତା ଅନୁସାରେ  ଏହି ସମୟ ମଧ୍ୟରେ  ଭଗବାନ ବିଷ୍ଣୁ  ଯୋଗ  ନିଦ୍ରାକୁ ଚାଲି ଯାଇଥାନ୍ତି।  ଏହି କାରଣ ଯୋଗୁ ଏହି ସମୟରେ କୌଣସି ଶୁଭ  ଏବଂ  ନୂଆ କାର୍ଯ୍ୟ କରାଯାଇନଥାଏ।  ଏହା ବ୍ୟତିତ ଆପଣ ଧାର୍ମିକ କାର୍ଯ୍ୟ ଯଥା ଦାନ ଧର୍ମ କରିବା ଉଚିତ୍‌।  କୁହାଯାଇଥାଏ ଏହି ମାସରେ  ଏପରି  କରିବା ଦ୍ୱାରା  ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା  ଏହି ୪ ମାସର ମହତ୍ୱ ବିଷୟରେ..

ଅଯୋଧ୍ୟାର ଜ୍ୟାତିଷ  କଲ୍କି ରାମ କହିଛନ୍ତି,  ହିନ୍ଦୁ ପଞ୍ଚାଙ୍ଗ  ଅନୁସାରେ ୧୭ ଜୁଲାଇରୁ ଚତୁର୍ମାସର ଆରମ୍ଭ ହୋଇଥାଏ। ଏହି ୪ ମାସ ମଧ୍ୟରେ  ମୁଣ୍ଡନ, ଗୃହ ନିର୍ମାଣ ଏବଂ ବିବାହ ସମେତ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ  ହୋଇଥାଏ।  ସେହିପରି ଚତୁର୍ମାସ  ୧୨ ନଭେମ୍ବରରେ ଦେବଉଠନୀ ଏକାଦଶୀ ସହ ଶେଷ ହୋଇଥାଏ।  ଧାର୍ମିକ ମାନ୍ୟତା ଅନୁସାରେ  ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଫେରିଥାନ୍ତି। ଆଉ ଏହାପରେ ଆରମ୍ଭ ହୋଇଥାଏ ଧାର୍ମିକ କାର୍ଯ୍ୟ।  ସନାତନ ଧର୍ମରେ  ଚତୁର୍ମାସର ସମୟ ବହୁତ ଧାର୍ମିକ ହୋଇଥାଏ। ଏହି ସମୟରେ କିଛି ଶୁଭ କାର୍ଯ୍ୟ ହୋଇନଥାଏ  କିନ୍ତୁ  ଏହି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ୍‌। ଏଥିସହିତ ଭଜକ-କିର୍ତ୍ତନ ମଧ୍ୟ କରିବା ଦରକାର।   

ଅଧିକ ପଢନ୍ତୁ  ଧର୍ମ ଓ ସଂସ୍କୃତି ଖବର 
 

ସ୍ୱାଦ ଓଡ଼ିଶା
5m ago
ସ୍ୱାଦ ଓଡ଼ିଶା ସିଜନ-୨ ; ଆଜି ରାତି 9 ଟା 30,କେବଳ ଅର୍ଗସ ନ୍ୟୁଜରେ
ଭୁବନେଶ୍ୱର: ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ଆସିବାରୁ swad odisha Season 2 ର ପ୍ରସାରଣ ସମୟରେ ପରିବର୍ତ୍ତନ ହୋଇଛି । ଆଜି(ରବିବାର) ଅପରାହ୍ନ 1 ଟା 30 ପରିବର୍ତ୍ତେ ରାତି 9 ଟା 30
MAN KI BAAT
ମା'ଙ୍କ ପାଇଁ ଗଛ ଲଗାଇବାକୁ ଆହ୍ବାନ ଦେଲେ ମୋଦି
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 111 ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ସାଧାର
ସଡକ ଦୁର୍ଘଟଣା
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...
ଭୁବନେଶ୍ୱର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଟ୍ରାଫିକ କର୍ମଚାରୀ । ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଛ