ଛାତି ଯନ୍ତ୍ରଣା କେଉଁ ରୋଗର କାରଣ ?
by Argus News
Thu, Jul 11 | 3:18 p.m.

ଅର୍ଗସ ବ୍ୟୁରୋ:  ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। ଛାତିରେ ଯନ୍ତ୍ରଣା ଅନୁଭବ କେବଳ ଯେ ହୃଦଘାତ ସହ ଜଡିତ ତାହା ନୁହେଁ। ଅନ୍ୟାନ୍ୟ କାରଣରୁ ମଧ୍ୟ ଛାତି ଯନ୍ତ୍ରଣା ହୋଇପାରେ ।  ଆପଣମାନେ ଅଧିକ ଚାପଗ୍ରସ୍ତ, ଚିନ୍ତା ବାରମ୍ବାର କରିବା ଦ୍ୱାରା ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅନେକ ସମୟରେ ଦ୍ରୁତ ଗତିରେ ହୃଦସ୍ପନ୍ଦନ, ଗମଗମ ଝାଳ ବାହାରିବା ଏବଂ ହଠାତ ଜୋର ନିଶ୍ୱାସ ପ୍ରଶ୍ୱାସ ହେବା ଇତ୍ୟାଦି ଏହି ରୋଗର କାରଣ ହୋଇଥାଏ ।

ବିଭିନ୍ନ କାରଣ ହେତୁ ଛାତି ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଆଣିଥାଏ । ଅନେକ ସମୟରେ ଆପଣ ଖାଲିପେଟରେ ରହିବା କାରଣରୁ ପେଟରେ ଥିବା ଏସିଡ୍ ଏସୋଫାଗସ୍ କୁ ଉତ୍ତେଜିତ କରିଥାଏ । ଏହା କାରଣରୁ କାରଣରୁ ପାକସ୍ତଳୀରେ ବିଭିନ୍ନ ସମ୍ୟା ହୋଇ ଜଳାପୋଡା ହୋଇଥାଏ । ଏଥିସହ କଷ୍ଟୋଚଣ୍ଡ୍ରାଇଟିସ୍ ପରି ମାଂସପେଶୀ-ସ୍କେଲେଟାଲ୍ ସମସ୍ୟା, ପଟିରୁ ଛାତି ସହିତ ସଂଯୋଗ କରୁଥିବା କାର୍ଟିଲେଜ୍କୁ ତୀବ୍ର ଯନ୍ତ୍ରଣା ଦେଇଥାଏ । ନିମୋନିଆ, ପ୍ଲୁରାଇଟିସ୍ କିମ୍ବା ଫୁସଫୁସ ଏମ୍ବୋଲାଇଜିମ୍ (ଫୁସଫୁସରେ ରକ୍ତ ଜମାଟ ବାନ୍ଧିବା) ସହିତ ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଇଥାଏ। ତେବେ ଏସବୁ ସମସ୍ୟା ଦେଖାଯାଉଥିଲେ ସତର୍କ ରହିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ