ମଙ୍ଗଳବାର ମାଡ଼ ଖାଇଲା ଛାଡ଼ଖାଇ , କାଲି ପାଇଁ ସଜବାଜ ହେଲେଣି ଆମିଷ ବେପାରୀ
by Argus News
Tue, Nov 28 | 5:56 p.m.

ଅର୍ଗସ ବ୍ୟୁରୋ : ସରିଛି କାର୍ତ୍ତିକ ବ୍ରତ । ମାସେ ଧରି ବ୍ରତ କରିବା ପରେ ଏବେ ଜିଭ ଆଉ ବୋଲ ମାନୁନି । ଆମିଷ ଖାଇ ଛାଡ଼ ପାଳୁଛନ୍ତି ରାଜଧାନୀବାସୀ । କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବେପାର ଟିକିଏ ମାନ୍ଦା ପଡିଛି । ଭୁବନେଶ୍ବର ୟୁନିଟ 4 ମାର୍କେଟରେ ଭିଡ଼ କମ ଥିଲେ ମଧ୍ୟ ବିଭିନ୍ନ ଆମିଷ ଦୋକାନରେ ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଦେଖିବାକୁ ମିଳୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛି ମଟନ, ଚିକେନ୍ ଆଉ ସି ଫୁଡ଼ । 

ଅଧିକ ପଢନ୍ତୁ : ସରିଲା କାର୍ତ୍ତିକ, ଆଜି ଛାଡଖାଇ

କାଲି ବୁଧବାର । ଆମିଷ ଖାଇବାର ଦିନ । ତେଣୁ ଛାଡ଼ଖାଇ ପାଳିବାକୁ ଲୋକେ ମନ ବଳାଇଥିବା ବେଳେ ଆମିଷ ବେପାରୀ ମଧ୍ୟ ସଜବାଜ ଆରମ୍ଭ କରିଦେଲେଣି । ତେବେ ଛାଡ଼ଖାଇ ପାଇଁ ଆମିଷ ଦର ମଧ୍ୟ ଉଚ୍ଚା ରହିଛି । ରୋହି ଭାକୁର କେଜି ପ୍ରତି ୨୦୦ଟଙ୍କା, ମାଗୁର ମାଛ କେଜି ପ୍ରତି ୩୦୦ ଟଙ୍କା, ସାମୁଦ୍ରିକ ମାଛ ଦାମ କେଜି ପ୍ରତି ୪୦୦ ଟଙ୍କା, ଦେଶୀ ଓ ସମୁଦ୍ର କଙ୍କଡା କେଜି ପ୍ରତି ୬୦୦ରୁ ୧୪୦୦ ଟଙ୍କା ।

ସେହିପରି, ଚିଙ୍ଗୁଡ଼ି କେଜି ପ୍ରତି ୪୦୦ରୁ ୮୦୦ ଟଙ୍କା, ମଟନ କେଜି ପ୍ରତି ୭୫୦ରୁ ୯୦୦ ଟଙ୍କା ଓ ଚିକେନ କେଜି ପ୍ରତି ୨୨୦ରୁ ୫୦୦ ଟଙ୍କାରହିଛି । ସେହିପରି ଆଜି ଫିକା ପଡିଛି ଛାଡ଼ ବଜାର । କିନ୍ତୁ କାଲି ବୁଧବାର ଥିବାରୁ ବ୍ୟବସାୟଙ୍କ ସହ ଗ୍ରାହକ ମଧ୍ୟ ପ୍ରସ୍ତୁତ । କାଲି ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ