ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ
by Argus News
Tue, Oct 08 | 7:38 a.m.

ଅର୍ଗସ ବ୍ୟୁରୋ:  ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା 5ଟା 30 ମିନିଟ ସମୟରେ ହେବ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଆଗକୁ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ଆସୁଥିବାରୁ ଶ୍ରୀମନ୍ଦିରରେ ବାଳଭୋଗ, କାର୍ତ୍ତିକ ମାସ ନୀତିନିର୍ଘଣ୍ଟ ଓ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବୈଠକରେ ଆଲୋଚନା ହେବା ସମ୍ଭାନା ରହିଛି । ଏଥିସହ ଅବଢା ଯୋଜନା ମାଧ୍ୟମରେ ଓବିସିସି ଦ୍ୱାରା ଶ୍ରୀମନ୍ଦିର ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ପାଇଁ  ବିସ୍ତୃତ ଆଲୋଚନା କରାଯିବ । ଭକ୍ତଙ୍କ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏତଦବ୍ୟତୀତ ସଭାପତିଙ୍କ ଅନୁମୋଦନ କ୍ରମେ ଅନାନ୍ୟ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସୁଭଦ୍ରା ଟଙ୍କା
1m ago
କାଲି ଆସିବ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାରେ ରେଜିଷ୍ଟ୍ରେସନ କଲେଣି ୧ କୋଟିରୁ ଉର୍ଦ୍ଧ୍ଵ ମହିଳା । ବୁଧବାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଆସନ୍ତା କାଲ
ହରିୟାଣା
2m ago
ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ
ନୂଆଦିଲ୍ଲୀ: ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ । ହାତ ଦଳର ବିଭାଜନକାରୀ ରାଜନୀତିକୁ ରିଜେକ୍ଟ କଲେ ଜନତା । ଦେଶ ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳଙ୍କ ସ
SPEED 10
6m ago
Speed 10 : ପୂଜାର ପୁରା ଅପଡେଟ୍‌
ଅର୍ଗସ ବ୍ୟୁରୋ: ହରିୟାଣାରେ ଧର୍ମେନ୍ଦ୍ରଙ୍କ ମାଷ୍ଟର ଷ୍ଟ୍ରୋକ୍‌ : ପୁଣି ଥରେ କ୍ଷମତା ଦଖଲ କରିବ ବିଜେପି, କଂଗ୍ରେସକୁ ମିଳିଲାନି ବହୁମତ ହରିୟାଣାରେ କଂଗ୍ରେସ ପାଇଁ କାମ ଦେଲାନ