ଆଜିଠୁ ତୃତୀୟ ମହଲା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ
by Argus News
Thu, Jul 04 | 11:57 a.m.

ଭୁବନେଶ୍ୱର: ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା । ଆଜି ଲୋକସେବା ଭବନକୁ ପ୍ରଣାମ ସହ ପୂଜାର୍ଚ୍ଚନା କରି ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁ ଚାମ୍ବରରେ ନବୀନ ବସୁଥିଲେ ସେହି ଚାମ୍ବରରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଜନତା- ସରକାର ମଧ୍ୟରେ ଥିବା ପାଚେରୀ ଭାଙ୍ଗିଲା

କେବଳ ବଦଳିଲା ଟେବୁଲ ଆଉ ଚେୟାରର ଦିଗ । ଆଜିଠୁ ଲୋକସେବା ଭବନର ତୃତୀୟ ମହଲା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ । 22 ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନ ପରିସରରେ ସ୍ବାଗତ କଲେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ । 

ଆହୁରି ପଢନ୍ତୁ ଓଡିଶା ଖବର...


 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା