୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
by Argus News
Sat, Sep 21 | 9:45 a.m.

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମ । କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ ମର୍ଣ୍ଣିଂ ୱାକ୍ ସହ ଚାଏ ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଲେ CM ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ କରାଯିବ । କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଭଳି ଯୋଜନା କରି କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛନ୍ତି । କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ, ଅଧିକ ପ୍ରତିଭା ସୃଷ୍ଟି କରାଯିବ । କ୍ରୀଡ଼ାକୁ ଆହୁରି ଆଗକୁ ନେବାକୁ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଷ୍ଟାଡ଼ିୟମ୍ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । 

ମୁଁ ବିଧାୟକ ଥିଲାବେଳେ ବିଧାନସଭାରେ ଏ ପ୍ରସଙ୍ଗ ଉଠିଥିଲା । ଏନେଇ ମୁଁ ସେତେବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଏବେ କେନ୍ଦୁଝର ଷ୍ଟାଡ଼ିୟମ୍ ହେବ । ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି କେନ୍ଦୁଝର ଡି. ଡି. କଲେଜ ପଡ଼ିଆରେ ହେଲଥ କ୍ୟାମ୍ପରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଅଡିଟୋରିୟରେ ସମ୍ବାଦ ପକ୍ଷରୁ ଆୟୋଜିତ Climate Panchayat କାର୍ଯ୍ୟକ୍ରମରେ ସାମିଲ୍ ହେବେ । ପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରୌପ୍ୟ ଜୟନ୍ତୀରେ ଯୋଗଦେବେ । ସନ୍ଧ୍ୟାରେ ମଣ୍ଡୁଆ ସ୍ଥିତ ନିଜ ବାସଭବନରେ ଅଭିଯୋଗ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ନରଣପୁର ସ୍ଥିତ ବିଜେପି କାର୍ଯ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ ସିଏମ୍।

ଆହୁରି ପଢନ୍ତୁ ଓଡିଶା ଖବର...
 

ତିରୁପତି ମନ୍ଦିର
10m ago
ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ !
ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍
ବଜ୍ରାଘାତ
22m ago
ଗତ 5ବର୍ଷରେ ଓଡିଶାରେ 11ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବଢୁଛି ବଜ୍ରାଘାତ ଜନିତ ମୃତ୍ୟୁ। ବିଗତ ୫ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୧୧ ଶହରୁ ଅଧିକ ଲୋକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । କେବଳ ମୟୂରଭଞ୍
ବୁମରା
30m ago
ରେକର୍ଡ କଲେ ବୁମରା,୧୦ମ ବୋଲର ଭାବେ ୪୦୦ ୱିକେଟ୍ କ୍ଲବରେ ହେଲେ ସାମିଲ୍
ଅର୍ଗସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦେଖିବାକୁ ମିଳିଛି ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ କମାଲ୍ । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ହାସନ ମହମୁଦଙ୍କୁ ଆଉଟ