ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା
by Argus News
Sat, Oct 26 | 8:05 a.m.

ଅର୍ଗସ ବ୍ୟୁରୋ:  ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା...ମୁଖ୍ୟମନ୍ତ୍ରୀ କହିଛନ୍ତି, ଟିମ୍‌ ଓ୍ବାର୍କ ଯୋଗୁଁ ବାତ୍ୟା ମୁକାବିଲାରେ ସଫଳ ହେଲୁ । ଅନେକ ସୂଚନା ପ୍ରଦାନ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ପ୍ରଦାନ କରୁଛୁ। ବାତ୍ୟାରେ ଜିରୋ କାଜୁଆଲିଟିର ଲକ୍ଷ୍ୟ ଆମେ ହାସଲ କରିଛୁ। ଶୁକ୍ରବାର ଅପରାହ୍ନ ସୁଦ୍ଧା ରାସ୍ତାରୁ ସମସ୍ତ ପ୍ରକାର ଅବରୋଧ ହଟାଯାଇଛି । ଆଜି ବର୍ଷା ବାଧକ ହେବାରୁ ବିଦ୍ୟୁତ୍ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି । ଶନିବାର ସୁଦ୍ଧା ବିଦ୍ୟୁତ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ । ବାତ୍ୟାରେ 1ଲକ୍ଷ 75 ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

ଚାଷ ଜମି ତଥା ଫସଲ କ୍ଷୟକ୍ଷତିର ସଂପୂର୍ଣ୍ଣ ବିବରଣୀ ଆସି ନାହିଁ । ସଂପୂର୍ଣ୍ଣ ବିବରଣୀ ଆସିବା ପରେ କ୍ଷତିପୂରଣ ବାବଦରେ ନିଷ୍ପତ୍ତି ନିଆଯିବ । ଆସନ୍ତା 7 ଦିନ ପାଇଁ ବାତ୍ୟା ଆଶ୍ରୟସ୍ଥଳୀରେ ରହିପାରିବେ ଲୋକେ । ବାତ୍ୟା `ଦାନା' ମୁକାବିଲାରେ ପୋଲିସ୍‌ର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା  ପୋଲିସ ତାର ମାନବୀୟତା ଦେଖାଇ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

FLOOD
3m ago
ସୋନ ନଦୀରେ ଆସିଲା ବନ୍ୟାପାଣି
ଅର୍ଗସ ବ୍ୟୁରୋ: ସୋନନଦୀରେ ଆସିଲା ବନ୍ୟାପାଣି। ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟପାଣି। ତିନୋଟି ପଂଚାୟତର ୪ ଟି ଗାଁ ଯୋଗାଯୋଗ ବିଚ୍ଛିନ୍ନ। ବାତ୍ୟା ଦାନା ପ୍ରଭାବର
CYCLONE
12m ago
ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସନ୍ଧ୍ୟାରେ କରିବେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା
BJP
18m ago
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଷ୍ଟାର ପ୍ରଚାର ତାଲିକା
ଅର୍ଗସ ବ୍ୟୁରୋ: ଝାରଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ର