ଗୌରୀ ତାଙ୍କ ପିଲାଦିନର ସାଙ୍ଗ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଭାରି ଖୁସି 
by Argus News
Mon, Nov 27 | 1:44 p.m.

ଖୋର୍ଦ୍ଧା: ସାଙ୍ଗକୁ ଭେଟିବାର ଦୀର୍ଘ ଦିନର ଆଶା ପୂରଣ ହେଲା । ପିଲା ଦିନର ସାଙ୍ଗ ଯିଏ ଏବେ ଭାରତର ସର୍ବୋଚ୍ଚ ପଦରେ ଅଛନ୍ତି, କିଭଳି ତାଙ୍କୁ ଭେଟିବେ । ତାକୁ ଚାହିଁ ବସିଥିଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମର ଗୌରୀ ମଲିକ । କୁଷ୍ଣ ସୁଦାମ ପରି ଦୁଇ ସାଙ୍ଗ ପାଠପଢା ସହ ନାଚଗୀତର ଅତୁଟ ସମ୍ପର୍କରେ ଅର୍ଗସ ନ୍ୟୁଜରେ ଆମେ ପୂ୍ର୍ବରୁ ଖବର ପ୍ରକାଶ କରିଥିଲୁ । ଆଉ ଶେଷରେ ଗତକାଲି ରବିବାର ଓଡ଼ିଶା ରାଜଭବନ ପରିସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପିଲା ଦିନର ସାଙ୍ଗ ଗୌରୀ ମଲ୍ଲିକ ।

ବେଗୁନିଆ ବିଡ଼ିଓ ନିଜ ଗାଡ଼ିରେ ଗୌରୀଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ରାଜଭବନ ପରିସରରେ ଭେଟ କରାଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଭାବବିହ୍ଵଳ ହୋଇପଡିଥିଲେ ଗୌରୀ । ପୁନର୍ବାର ମହାମହିମ ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିବା ଗୌରୀ କହିଛନ୍ତି । ସେହିପରି ଫେରିବାବେଳେ ଗୌରୀଙ୍କୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ବନ୍ଧେଇ ହୋଇଥିବା ବଡ଼ ପଟ୍ଟଚିତ୍ର ସହ ଦାମୀ ଶାଢ଼ୀ ଉପହାର ଦେଇଥିବା ଗୌରୀ କହିଛନ୍ତି । ସେହିପରି ଏହି ଭେଟଘାଟ ପାଇଁ ଗଣମାଧ୍ୟମ ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଗୌରୀ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ