ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'
by Argus News
Wed, Jun 19 | 8:13 p.m.

ଅର୍ଗସ ବ୍ୟୁରୋ: ବିବାହ ଏକ ସୁନ୍ଦର ଏବଂ ପବିତ୍ର ସମ୍ପର୍କ, ଏକ ନୂଆ ଆରମ୍ଭ। ଦୁଇ ମନକୁ ଏକାଠି କରିଥାଏ ବିବାହ। ଆପଣ ଅନେକ ବିବାହ ଦେଖିଥିବେ, କିନ୍ତୁ କେବେ ଶୁଣିଛନ୍ତି କି ଭୂତ ବିବାହ। କଥାଟା ଆଶ୍ଚର୍ଯ୍ୟ ଏବଂ ଭୟଭୀତ କରୁଥାଇପାରେ, କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ବିଶ୍ୱର ବିଭିନ୍ନ ଦେଶରେ ବାହାଘର ବା ଅନ୍ୟାନ୍ୟ ଉତ୍ସବ ପାଇଁ ଭିନ୍ନ ଭିନ୍ନ ରୀତିନୀତି ରହିଥାଏ। ଏହି ଭିନ୍ନତା ଅନ୍ୟ ଦେଶରେ ରହୁଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯେମିତିକି ଚାଇନାରେ। ପ୍ରତ୍ୟେକ ବିବାହ ପରି, ଏଥିରେ କେବଳ ଅବିବାହିତ ପୁରୁଷ ଏବଂ ସ୍ତ୍ରୀ ବିବାହ କରନ୍ତି, କେବଳ ପାର୍ଥକ୍ୟ ହେଉଛି ଉଭୟଙ୍କ ମୃତ୍ୟୁ ପରେ ବିବାହ କରାଯାଇଥାଏ।

ନିକଟରେ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ମ୍ୟାଲେସିଆର ଦୁଇ ଯୋଡି । ସେମାନଙ୍କ ବାପା ମା ନିଜ ପିଲାମାନଙ୍କ ବିବାହର ଇଛାକୁ ପୂରଣ କରିବା ପାଇଁ ଭୂତ ବିବାହର ଆୟୋଜନ କରିଥିଲା।  ୩୧ ବର୍ଷୀୟ ୟାଙ୍ଗ ଜିଙ୍ଗସାନ ଏବଂ ୩୨ ବର୍ଷିୟ ଲି ଜୁଇଙ୍ଗ ୩ ବର୍ଷ ଧରି ଏକାଠି ରହୁଥିଲେ । ଏହାସହ ଆଗକୁ ବିବାହ କରିବାର ମଧ୍ୟ ଥିଲା। ହେଲେ ଏକ କାର ଦୁର୍ଘଟଣାରେ ଦୁହିଁଙ୍କର ମୃତ୍ୟୁ ହୋଇଗଲା।

ଜିଙ୍ଗସାନ ଜୁନ ୨ରେ ବ୍ୟାଙ୍କକକ୍‌ ରେ ନିଜର ଜନ୍ମ ଦିନ ଏବଂ ସେହିଠାରେ ନିଜ ପ୍ରେମିକାକୁ ପ୍ରପୋଜ କରିବାର ଯୋଜନା କରିଥିଲେ।  ୨୪ ମେ, ରେ ଦୁହେଁ ଯାଉଥିବା ଏକ କାର ଉତ୍ତର-ପଶ୍ଚିମ ମ୍ୟାଲେସିଆର ପେରାକଠାରେ ରାସ୍ତାରେ ଓଲଟି ପଡିଥିଲା। ସେହି ଦୁଘଟଣାରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ପରେ ସେମାନଙ୍କର ପରିବାର ମିଶିକି ଏକ ନିଷ୍ପତ୍ତି ନେଲେ। ଏକ ଭୁତ ବିବାହର ଆୟୋଜନ କଲେ ଏବଂ ସେମାନେ ପରଲୋକରେ ସ୍ୱାମୀ-ସ୍ତ୍ରୀ ରୂପରେ ଏକଜୁଟ ହେବେ । 

କିଭଳି ହୁଏ ଭୂତ ବିବାହ:
ଏହି ବିବାହ ସାଧାରଣ ବିବାହ ପରି ଅତ୍ୟନ୍ତ ଧୁମଧାମରେ ଆୟୋଜିତ ହୋଇଥାଏ। କନ୍ୟାର ପରିବାର କନ୍ୟା ପାଇଁ ଟଙ୍କା ମାଗନ୍ତି ଏବଂ ଯୌତୁକ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଯୌତୁକ ଭାବେ ଅଳଙ୍କାର, ଚାକର ଏବଂ ଘର ଦିଆଯାଏ। କିନ୍ତୁ ସେମାନେ ସବୁକିଛି କାଗଜରେ ଦିଅନ୍ତିୀ, ବାସ୍ତବରେ ନୁହେଁ। 

କେବେଠୁ 'ଭୂତ ବିବାହ' ପାଳିତ ହେଉଛି:
କୁହାଯାଉଛି, ଚାଇନାରେ ଭୂତ ବିବାହର ଇତିହାସ ୩୦୦୦ ବର୍ଷ ପୁରୁଣା। ଏହି ବିବାହ ଅନୁଯାୟୀ ଲୋକମାନେ ଦୁଇ ଅବିବାହିତ ମୃତ ବ୍ୟକ୍ତିଙ୍କ ବିବାହ କରନ୍ତି। କାରଣ ଏହା ରହିଛି କି, ସେମାନେ ଚାହାନ୍ତି, ଯଦି ସେମାନେ ଜୀବିତ ଥିବାବେଳେ ବିବାହର ସୁଖ ପାଇନାହାନ୍ତି, ତେବେ ସେମାନେ ମୃତ୍ୟୁ ପରେ ତାହା ପାଇପାରିବେ। ସେମାନଙ୍କର ପରବର୍ତ୍ତୀ ମୃତ୍ୟୁ ପର ଜୀବନ ସୁଖମୟ ହୋଇପାରିବ। 
ସେହିପରି ଏହି ଦୁଇ ଯୋଡିଙ୍କର 'ଭୁତ ବିବାହ'  ହୋଇଥିଲା । କହିବାକୁ ଗଲେ ଦୁଇ ଅବିବାହିତ ମୃତ ଆତ୍ମାକୁ ଶାନ୍ତି ମିଳିବା ପାଇଁ ଏଭଳି ବିବାହର ଆୟୋଜନ କରାଯାଇଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ARVIND KEJRIWAL
କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ
ଅର୍ଗସ ବ୍ୟୁରୋ: କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ । ଆସନ୍ତା 7 ଦିନ ମଧ୍ୟରେ ଜବାବ ରଖିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାପରେ 2
HEALTHY
କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି କି ? ଦିନକୁ ଦିନ ମୋଟା ହେଇଯାଉଛନ୍ତି କି ? ଅସୁନ୍ଦର ଦେଖାଯାଉଛନ୍ତି। ଜାଣନ୍ତୁ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ
ନିର୍ଦ୍ଦୟ ହୋଇଥିଲେ
ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହନତା
ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ ଯିବା କ