କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଜାଣନ୍ତୁ...
by Argus News
Tue, Jul 02 | 9:02 p.m.

ଅର୍ଗସ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି କି ? ଦିନକୁ ଦିନ ମୋଟା ହେଇଯାଉଛନ୍ତି କି ? ଅସୁନ୍ଦର ଦେଖାଯାଉଛନ୍ତି। ଜାଣନ୍ତୁ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ। ଦ୍ରୁତଗତିରେ ଧାଉଁଥିବା ଏ ଜୀବନରେ ସବୁଠୁ ଯଦି ଆମେ କାହାକୁ ହେଳା କରୁ ତାହା ହେଉଛି ଆମ ନିଜର ସ୍ୱାସ୍ଥ୍ୟ । ନିଜ ଶରୀରକୁ ବହୁତ କମ୍ ଲୋକ ଧ୍ୟାନ ଦେଇ ଥା’ନ୍ତି । ବହୁତ ଲୋକ ଭାବନ୍ତି ଯେ, ପତଳା ଲୋକ ହିଁ ଫିଟ ରହିପାରିବେ । ମାତ୍ର ଅନେକ ମୋଟା ଲୋକ ବି ଫିଟ ରୁହନ୍ତି । ପତଳା ହେବା ପାଇଁ ଖାଇବା ଓ ପାଣି ପିଇବା ବି କମ୍ କରି ଦିଅନ୍ତି । ଫଳରେ ଅସୁସ୍ଥ ହୋଇ ପଡନ୍ତି । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଖରାପ ଅଟେ ।

ନିଜ ଶରୀରର ମେଟାବୋଲିଜିମ୍ ଠିକ ରଖିବା ପାଇଁ ଜଳଖିଆ ନାହାତି ଖାଆନ୍ତୁ । ଅଧିକାଂଶ ଲୋକ ଧାଉଁଥିବା ଏ ଜୀବନରେ ଜଳଖିଆ ଖାଇବା ଭୁଲି ଯାଆନ୍ତି । ସେମାନେ ଭାବନ୍ତି ଯେ, ଫିଟ ରହିବା ପାଇଁ ଜଳଖିଆ ନ ଖାଇଲେ ଭଲ । କିନ୍ତୁ, ଜମାରୁ ଏଭଳି କରନ୍ତୁ ନି । ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ।  ଫିଟ ରହିବା ପାଇଁ ୩ ଥର ଖାଇବା ସ୍ଥାନରେ ୫ ରୁ ୬ ଥର କମ୍ କମ୍ ଖାଇବା ବାରମ୍ବାର ଖାଇବା ଆବଶ୍ୟକ । ଖାଇବାକୁ ଚୋବାଇ ଚୋବାଇ ଆରମ୍ଭରେ ଖାଆନ୍ତୁ । ଫଳରେ ଆତ୍ମସନ୍ତୁଷ୍ଟି ମିଳେ ଓ ଶରୀର ସୁସ୍ଥ ରହେ । ଯଦି ଜଣେ ଖାଦ୍ୟକୁ ଭଲରେ ଚୋବାଇ ଚୋବାଇ ଖାଇବ, ତେବେ କମ୍ ଖାଇଲେ ବି ପେଟ ଭରିଯିବ ବୋଲି କହନ୍ତି ବିଶେଷଜ୍ଞମାନେ ।  ଖାଇବାରେ ସଲାଡକୁ ସାମିଲ କରନ୍ତୁ । ଏହା ଅଧିକ ହେଲେ ଭଲ । ସଲାଡରେ ଡ୍ରେସିଂର ପ୍ରୟୋଗ କରନ୍ତୁ ନି । ଗାଜର, ଟମୋଟୋ, କାକୁଡି ଭଳି ପନିପରିବାର ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ପୌଷ୍ଟିକ ତତ୍ତ୍ୱ ମିଳେ । ସକାଳରୁ ଉଠିବା ପରେ ୨ ଘଣ୍ଟା ଭିତରେ କିଛି ନା କିଛି ଖାଆନ୍ତୁ । ଉଠି ସାରିବା ପରେ ସିଧାସଳଖ ଯାଇ ବ୍ରଶ କରନ୍ତୁ ନାହିଁ । ଏମିତି କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଏସବୁ କରିବା ଦ୍ୱାରା ଶରୀର ସୁସ୍ଥ ରହେ । ପୌଷ୍ଟିକ ଆହାର ନେବା ସହ ବ୍ୟାୟାମ କରନ୍ତି । ଯାହା ଦ୍ୱାରା ଆପଣ ସ୍ଲିମ, ଟ୍ରିମ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

ମରିନ ଡ୍ରାଇଭ ହେଲା
46m ago
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ