ବିଜେଡି ଛାଡିଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା
by Argus News
Thu, Mar 28 | 8:18 p.m.

ମାଲକାନଗିରି: ବିଜେଡି ଛାଡିଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା । ଡମ୍ବୁରୁ ଦୀର୍ଘ ବର୍ଷ ଧରି ବିଜେଡି ଦଳରେ କାର୍ଯ୍ୟ କରିଥିବା ବେଳେ 2014 ରୁ 2019 ପର୍ଯ୍ୟନ୍ତ ଚିତ୍ରକୋଣ୍ଡାର ବିଧାୟକ ଥିଲେ । ଡମ୍ବୁରୁ 2009ରେ କଂଗ୍ରେସ ବିଧାୟକ ମମତା ମାଢିଙ୍କ ଠାରୁ କମ ବ୍ୟବଧାନରେ ପରାଜୟ ହୋଇଥିଲେ । 

ପରେ 2015ରେ ସେ ବିଧାୟକ ହୋଇଥିଲେ । କିନ୍ତୁ 2019 ରେ ତାଙ୍କୁ ରିପ୍ଲେସ୍ କରି ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ଏହାପର ଠାରୁ ଡମ୍ବୁରୁଙ୍କୁ ଦଳ ଅଣଦେଖା କରିଥିବାବେଳେ ଏବେ ଆମଦାନୀ ନେତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ବରିଷ୍ଠ ନେତାଙ୍କୁ ଦଳରେ ଅଣଦେଖା କରାଯାଉଥିବା କଥା ଡମ୍ବୁରୁ ପ୍ରକାଶ କରିଛନ୍ତି । ଆଜି ବିଜେଡି ଦଳରୁ ଆନୁଷ୍ଠାନିକ ଭାବେ ଡମ୍ବୁରୁ ଇସ୍ତଫା ଦେଇଥିବାବେଳେ ନିଜ ଇସ୍ତଫା ପତ୍ର ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ