ପଶ୍ଚିମାଝଡ ପ୍ରଭାବ, ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
by Argus News
Sun, Feb 25 | 7:17 p.m.

ଭୁବନେଶ୍ୱର: ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ତେବେ ଆଜି କେତକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ବିଶେଷ କରି ମଧ୍ୟ ଭାଗର ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ଏକ ନିମ୍ନ ଚାପରେଖା ଛତିଶଗଡ଼ରୁ ବାହାରି କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ  ବାୟୁ ମଣ୍ଡଳର ଉପରି ଭାଗରେ ପଶ୍ଚିମା ବାୟୁର ଏକ ନିମ୍ନ ଚାପରେଖା ରହୁଛି । ପାଣିପାଗର ଏହି ଦୁଇ ନିୟାମକକୁ  ନେଇ  ବଙ୍ଗୋପସାଗର ଦେଇ ଜଳୀୟବାଷ୍ପ ପୁର୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । 

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା  ଓ ତାର ପାଶ୍ୱବର୍ତୀ ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି । ସୋନପୁର ବଲାଙ୍ଗୀର କନ୍ଧମା ବୌଦ୍ଧ ନୟାଗଡ ପୁରୀ ଗଂଜାମ  ଖୋର୍ଦ୍ଧା କଳାହାଣ୍ଡି ଗଜପତି ରାୟଗଡା ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି  ଆସନ୍ତାକାଲି ଉତ୍ତର ଅଭ୍ୟନ୍ତର ଓ ତାର  ପାଶ୍ୱବର୍ତୀ ଅଂଚଳରେ ଗୋଟିଏ କିମ୍ବା  ଦୁଇଟି ସ୍ଥାନରେ  ହାଲୁକା  ଓ ମଧ୍ୟମ  ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ। ୨୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ରାତ୍ରି ଓ ଦିନର ତାପମାତ୍ରା ୨୯ ତାରିଖ  ଯାଏ ମଧ୍ୟ  ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ବିଭାଗ ଆକଳନ କରିଛି ।  

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ମଧ୍ୟମଧରଣର ବର୍ଷା ରେକର୍ଡ  କରାଯାଇଛି। ଦୁଇଟି  ସ୍ଥାନରେ  ଭାରୀ ବର୍ଷା ମଧ୍ୟ  ରେକର୍ଡ କରାଯାଇଛି।ଖୋର୍ଦ୍ଧା ଜିଲ୍ଲାର ବାଣପୁର ଠାରେ ୧୦୫.୦ ମିମି ଓ ଗଂଜାମ ର ବେଲଗୁଣ୍ଠାରେ ୯୬.୬ ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଖୋର୍ଦ୍ଧା ଚିଲିକାରେ ୫୪.0 ଓ ଗଂଜାମ ର ବୁଗୁଡ଼ାରେ ୪୮.0  ମିମି ବର୍ଷା ରେକର୍ଡ  କରାଯାଇଛି। ସେହିପରି ରାଜ୍ୟରେ ସର୍ବୋଚ୍ଚ ତାମମାତ୍ରା  ଟିଟିଲାଗଡ଼ ଓ ମାଲକାଗିରିରେ ୩୫.୦ ଡ଼ିଗ୍ରୀ ରହିଥିବା  ବେଳେ ସର୍ବନିମ୍ନ କୋରାପୁଟ ରେ ୧୪.3  ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆହୁରି ପଢନ୍ତୁ ପାଣିପାଗ ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ