ସରକାରୀ ମିଟିଂ ନାଁରେ ପାର୍ଟି ମିଟିଂ କରୁଛନ୍ତି ମେୟର
by Argus News
Wed, Feb 21 | 6:11 p.m.

ଅର୍ଗସ ବ୍ୟୁରୋ : ପୁଣି ବିବାଦ ଘେରକୁ ଆସିଛନ୍ତି ସିଏମସି ମେୟର ସୁବାସ ସିଂ । ସରକାରୀ ମିଟିଂ ନାଁରେ ପାର୍ଟି ମିଟିଂ କରୁଛନ୍ତି ମେୟର । ପିଆର ଟିମ୍ ଲଗାଇ କରୁଛନ୍ତି ମିଛ ପ୍ରଚାର । ବିରୋଧୀ ଦଳ କର୍ପୋରେଟରଙ୍କୁ ନିମନ୍ତ୍ରଣ ନକରି ନିଜ ସରକାରୀ ଅଭିଯୋଗ ପ୍ରକୋଷ୍ଠରେ ଏପରି କାର୍ଯ୍ୟ କରୁଛନ୍ତି ସିଏମସି ମେୟର ସୁବାସ ସିଂ । କିଛି ଦିନ ତଳେ ନିଜ ସରକାରୀ ବାସ ଭବନରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ୧୫ ନମ୍ୱର ୱାର୍ଡର କିଛି ମହିଳା, ଏସଏଚଜି ମହିଳା, ଯୁବବର୍ଗଙ୍କୁ ନେଇ ଏକ ବୈଠକ କରିଥିଲେ ମେୟର । 

ୱାର୍ଡର ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଏହି ବୈଠକ ଡାକିଥିଲେ ବୋଲି ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇଥିଲା । ହେଲେ ଏଥିରେ ସେହି ୱାର୍ଡ କର୍ପୋରେଟରଙ୍କୁ ଡାକି ନଥିଲେ ମେୟର । ସରକାରୀ କାର୍ଯ୍ୟକ୍ରମ ନାଁରେ ମେୟର ଦଳୀୟ ବୈଠକ ଡାକିଥିଲେ ବୋଲି କଡା ସମାଲୋଚନା କରିଛନ୍ତି ୧୫ ନମ୍ବର ୱାର୍ଡ କର୍ପୋରେଟର ଲିଜାରାଣୀ ରାଉତ। । ହେଲେ କେବଳ ବିଜେଡି ୱାର୍ଡ କର୍ପୋରେଟରଙ୍କୁ ଏହି ବୈଠକରେ ଡାକରା ହେଉଥିବା ବେଳେ ବିରୋଧୀ ଦଳ କର୍ପୋରେଟରଙ୍କୁ ଡାକୁ ନାହାଁନ୍ତି ମେୟର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ବିରୋଧୀଙ୍କ ଏଥିରେ ସାର୍ଟିଫିକେଟର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମେୟର ସୁବାସ ସିଂ । ବିରୋଧୀ ଦଳ କର୍ପୋରେଟରଙ୍କ ସହ ବିନା ଆଲୋଚନାରେ ଅନେକ ପ୍ରସ୍ତାବ ସିଏମସି କାଉନସିଲରେ ପାରିତ କରି ବିବାଦ ଘେରକୁ ଆସିବା ପରେ ଏବେ ନିଜ ଅଭିଯୋଗ ପ୍ରକୋଷ୍ଠରେ ଏଭଳି ବୈଠକ କରି ପୁଣି ବିବାଦ ଘେରକୁ ଆସିଛନ୍ତି ମେୟର ସୁବାସ ସିଂ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ