ଟ୍ରକ୍‌କୁ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ: ଡ୍ରାଇଭର ଗୁରୁତର
by Argus News
Thu, Apr 04 | 5:52 p.m.

ଅର୍ଗସ ବ୍ୟୁରୋ: ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ରାଜପଥ ୫୩ ଗୋଡାଛକ ନିକଟରେ। ତେବେ ଗୁରୁତର ଡ୍ରାଇଭର ହେଲେ ବିହାରର ସୈଲେସି ବାବନ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ଘଟଣାରୁ ପ୍ରକାଶ ତାଳଚେରରୁ କୋଇଲା ବୋଝେଇ କରି ଆସୁଥିବା ଟ୍ରକର ଡ୍ରାଇଭର ଅତ୍ୟଧିକ ଖରା କାରଣରୁ ଆଗରେ ଠିଆ ହୋଇଥିବା ଦଶଚକିଆ ଗାଡିର ଗତିବିଧି ସଂପର୍କରେ ଜାଣି ପାରିନଥିଲେ।  ଫଳରେ ଦ୍ରୂତ ଗତିରେ ଆସି ପଛପଟୁ ପିଟିଥିଲା। ତେବେ ଜାତୀୟ ରାଜପଥ ପାର୍ଶ୍ବର ଏହି ଛକ ନିକଟରେ ବେଇଇନ ଭାବେ ମଦ ବିକ୍ରି ହେଉଥିବା କାରଣରୁ ରାଜପଥ ଉପରେ ଡ୍ରାଇଭର ମାନେ ଗାଡି ରଖୁଛନ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଅପରପକ୍ଷେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ