କେଇଟା ମାସରେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ବସ୍ ଷ୍ଟାଣ୍ଡ
by Argus News
Fri, Jul 19 | 7:57 a.m.

ଅର୍ଗସ ବ୍ୟୁରୋ:  ହାତ ମାରିଲେ ଟାଇଲ ଉଠୁଛି। ଆଉ ଟାଇଲ ଉଠିଲେ ବାହାରୁଛି ଖାଲି ବାଲି ହିଁ ବାଲି। ପୂର୍ବ ସରକାରରେ ଗଢ଼ା ହୋଇଥିବା ଏହି ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ମାସୁଟେ ନପୁରୁଣୁ ନିଜ ଅସ୍ତିତ୍ବ ହରାଇବା ଉପରେ। ମାତ୍ର କେଇଟା ମାସ ତଳେ ପୂର୍ବର ବିଜେଡି ସରକାରରେ ନିର୍ମାଣ ହୋଇଥିବା ଏ ହେଉଛି ଝରୀଗାଁ ବ୍ଲକ ଫୁପୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାୱେରବେଲି ଗ୍ରାମର ଲକ୍ଷ୍ମୀ ବସଷ୍ଟାଣ୍ଡ। ଏହି ବସ୍ ଷ୍ଟାଣ୍ଡ୍ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ହେଲେ ଏହି ଦୃଶ୍ୟ ହିଁ କହୁଛି ଏହି ନିର୍ମାଣ କେତେ ନିମ୍ନମାନର। ଠିକାଦାର ଓ ସ୍ଥାନୀୟ ନେତାଙ୍କ ସଲାସୁତୁରାର ଏଭଳି ପରିଣାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଖାଲି ବସଷ୍ଟାଣ୍ଡ୍ ନୁହେଁ ଲୋକଙ୍କ ଲାଗି ନିର୍ମାଣ କରାଯାଇଥିବା ଏହି ଯାତ୍ରୀ ପ୍ରତୀକ୍ଷାଳୟ ଏବେ ଆଉ ଲୋକଙ୍କ କାମରେ ଆସୁନି। କେବଳ ଏଇ ଗୋଟିଏ ନୁହେଁ ଏମିତି ଫୁପୁଗାଁ କନ୍ଧଗୁଡା ଠାରେ ନିର୍ମାଣ କରାଯାଇଥିବା ବସଷ୍ଟପ ବ୍ୟବହାରରେ ଆସିପାରୁନାହିଁ। ଅପରପକ୍ଷେ ପ୍ରତ୍ୟେକ ଗାଁକୁ ଲକ୍ଷ୍ମୀ ବସ ସେବା ଯୋଗେଇ ଦିଆଯାଇଥିବା ବେଳେ ଏହି ଲକ୍ଷ୍ମୀ ବସଷ୍ଟପ ଗାଁ ଠାରୁ କେଉଁଠି ଦୁଇ କିଲୋମିଟର ତ କେଉଁଠି ଏକ କିଲୋମିଟର ଦୂରରେ ନିର୍ମାଣ ହୋଇଛି। ଯାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଲୋକେ। ତେବେ ନେତାଙ୍କ ସମ୍ପତ୍ତି ବଢ଼ାଇବାକୁ ବିଜେଡି ଏଭଳି ସବୁ ଯୋଜନା କରିଥିଲା ବୋଲି କହି ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟକ ନରସିଂହ ଭତ୍ରା।ପୂର୍ବର ବିଜେଡି ସରକାରରେ ଗ୍ରାମାଞ୍ଚଳର ବିକାଶ ଓ ନିରୀହ ଗ୍ରାମବାସୀଙ୍କ ସୁବିଧା ନାଁରେ ମିଛ ଯୋଜନା ଆଣି ଚାଲିଥିଲା ରାଜସ୍ବକୁ ହରିଲୁଟ୍।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
12m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ