ଭି. କାର୍ତ୍ତିକଙ୍କକ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ
by Argus News
Wed, Jun 26 | 11:27 a.m.

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଭି. କାର୍ତ୍ତିକ । ଆସିଛି କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗ । ଏହି ଭି. କାର୍ତ୍ତିକ ହେଉଛନ୍ତି ଓଡ଼ିଶା କ୍ୟାଡରର IFS ବା ଭାରତୀୟ ବନ ସେବା ଅଧିକାରୀ । ଏବେ କୋଏମ୍ବାଟୋରସ୍ଥିତ ବନସେବା ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ- CASFOSରେ ଲେକ୍ଚରର ଭାବେ କାର୍ଯ୍ୟରତ IFS ଭି. କାର୍ତ୍ତିକ ପ୍ରଶିକ୍ଷଣ କେନ୍ଦ୍ରରେ ମହିଳା ଟ୍ରେନି ଅଫିସରଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ ମେସେଜ ପଠାଇବା ସହ ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । 

ଅଭିଯୋଗ ପରେ ପ୍ରତିଷ୍ଠାନ ପକ୍ଷରୁ ଏ ଘଟଣାର ତଦନ୍ତ କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଜୁନ ୩୦ ପରେ ତତ୍କାଳ ଓଡ଼ିଶା ଫେରାଇ ନେବାକୁ ସୁପାରିଶ କରିଛି CASFOS । ଏହାସହ ଭି. କାର୍ତ୍ତିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରତିଷ୍ଠାନ ସୁପାରିଶ କରିଛି । ଏମିତିକି ପ୍ରତିଷ୍ଠାନ ଏନେଇ ଓଡ଼ିଶାର ବନବିଭାଗ ମୁଖ୍ୟଙ୍କୁ ଅବଗତ କରାଇଛି। ତାଙ୍କୁ ଓଡ଼ିଶାରେ କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁସନ୍ କିମ୍ବା ମହିଳା ଭିତ୍ତିକ ସଂସ୍ଥାରେ ନିଯୁକ୍ତ ନ କରିବାକୁ ସୁପାରିଶ କରିଛି ପ୍ରତିଷ୍ଠାନ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ