ପ୍ରଧାନମନ୍ତ୍ରୀଙ୍କ ସନ୍ଦେହ, ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଷଡଯନ୍ତ୍ର
by Argus News
Wed, May 29 | 7:07 p.m.

ଅର୍ଗସ ବ୍ୟୁରୋ: ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବାରିପଦା ଜନସଭାରେ ମୋଦିଙ୍କ ସନ୍ଦେହ ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ । ମୋଦି କହିଛନ୍ତି ହଠାତ୍ କେମିତି ନବୀନଙ୍କ ଦେହ ଏତେ ଖରାପ ହୋଇଗଲା। ନବୀନଙ୍କ ଅସୁସ୍ଥତା ପଛରେ ଷଡଯନ୍ତ୍ର ରହିଛି ବୋଲି ସନ୍ଦେହ ପ୍କକଟ କରିଛନ୍ତି ମୋଦି । ଏହା ପଛରେ ସେ ଲବିର ହାତ ନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ 10 ଜୁନ ପରେ ଓଡ଼ିଶାର ବିଜେପି ସରକାର ସ୍ବତନ୍ତ୍ର କମିଟି ଗଠନ କରି ନବୀନଙ୍କ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରାଇବ ବୋଲି କହିଛନ୍ତି ମୋଦି ।

ନବୀନଙ୍କ ଅସୁସ୍ଥତା ପଛରେ କିଏ ସେ ଖଳନାୟକ,  କ୍ଷମତାକୁ ଉପଭୋଗ କରୁଥିବା ଏ ଲବିରେ କିଏ,  ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନଙ୍କ ଅସହାୟତାର ସୁଯୋଗ ନେଇ ଷଡଯନ୍ତ୍ର କରିଛନ୍ତି କି 5 ତାମିଲ୍। ପୂର୍ବରୁ ବିରୋଧୀ ଅଭିଯୋଗ କରିଛନ୍ତି  ଭି.କେ ପାଣ୍ଡିଆନ୍, ପ୍ରଭାକରନ୍, ଭିନିଲ କ୍ରିଷ୍ଣା, ଜି ମାଥିଭାତନମ୍, ଆର.ବାଲକ୍ରିଷ୍ଣନଙ୍କ ହାତରେ ଏବେ ଶାସନ ଡୋରି, ବିଜେଡି ବି ଚଳାଉଛନ୍ତି ଏଇ 5 । ଓଡ଼ିଶା ସଂପତ୍ତି ଲୁଟର ହୋଇଛି ବଡ଼ ଷଡଯନ୍ତ୍ର। ତାମିଲନାଡୁର ଶଶୀକଳା ସିଣ୍ଟ୍ରୋମ ଓଡ଼ିଶାରେ କି, ସେହିଭଳି ଗତକାଲି ନବୀନଙ୍କ ଡିଜିଟାଲ୍ ସିଗନେଚରକୁ ନେଇ ପ୍ରଶ୍ନ ଉଠାଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସ୍ୱାସ୍ଥ୍ୟବସ୍ଥା ନେଇ ରାଜ୍ୟବାସୀଙ୍କ ମନରେ ବି ସନ୍ଦେହ ସୃଷ୍ଟି ହୋଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ସନ୍ଦେହକୁ ବଢାଇ ଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ