ଇଡିରେ ଛନ୍ଦି ହେବାପରେ ବାପ-ପୁଅଙ୍କ ଭାଗ୍ୟକୁ ନେଇ ଦ୍ବନ୍ଦ୍ବ: ବଦଳିପାରେ ଭଣ୍ଡାରିପୋଖରୀ ସମୀକରଣ
by Argus News
Fri, Feb 23 | 4:14 p.m.

ଅର୍ଗସ ବ୍ୟୁରୋ: ଇଡି ମାମଲାରେ ଛନ୍ଦି ହୋଇଥିବା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି (ଲୁଲୁ)ଙ୍କର ରାଜନୈତିକ ଭବିଷ୍ୟତ କଣ ହେବ? ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ସାମଲ ପରିବାରର ମାଲିକାନା ସ୍ବତ୍ବରେ ଥିବା ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଦୁର୍ନୀତି ଓ ଭୁବନେଶ୍ବରରେ ଜମି ବିବାଦ ବାପପୁଅଙ୍କୁ ଖାଲି ଅଡ଼ୁଆରେ ପକାଇନି, ଉଭୟଙ୍କର ରାଜନୈତିକ ଜୀବନ ଉପରେ ମଧ୍ୟ ଅନେକ ପ୍ରଶ୍ନଚିହ୍ନ ଛିଡ଼ା କରିଛି। 

୪୦ ବର୍ଷରୁ ଊର୍ଦ୍ଧ୍ବ ରାଜନୈତିକ ଜୀବନ ମଧ୍ୟରେ ଭଦ୍ରକ ସଦର ନିର୍ବାଚନମଣ୍ଡଳୀରୁ ୨ଥର ଓ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ହୋଇସାରିଛନ୍ତି ବିଜେଡିର ଏହି ଭେଟେରାନ ନେତା। ତେବେ ବୟସାଧିକ କାରଣରୁ ଆଗାମୀ ନିର୍ବାଚନ ନ ଲଢ଼ିବାକୁ ସେ ଏକପ୍ରକାର ମନସ୍ଥ କରିସାରିଥିବାବେଳେ ତାଙ୍କ ସ୍ଥାନରେ ବଡ଼ପୁଅ ପ୍ରୟାସକାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ଏନେଇ ସେ ପୂର୍ବରୁ ଘୋଷଣା କରିସାରିଥିଲେ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କ ପାଖରେ ନିଜ ମନକଥା ମଧ୍ୟ ଜଣାଇଥିଲେ। ତେବେ ଇଡି ମାମଲାରେ ଛନ୍ଦି ହୋଇଯିବାପରେ ଉଭୟଙ୍କର ରାଜନୈତିକ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଥିବା କୁହାଯାଉଛି। ଯୁବନେତା ପାର୍ଥସାରଥୀ ମୁଦୁଲିଙ୍କ ନାଁ ଏହି ଦୌଡ଼ରେ ଆଗରେ ରହିଛି। କିନ୍ତୁ ଏଯାଏ ବିଜେଡିର ଅଙ୍କକଷା ଛିଡ଼ୁନି। 

ସେପଟେ ବିରୋଧୀ କଂଗ୍ରେସ, ବିଜେପି ଏହାକୁ ପ୍ରସଙ୍ଗ କରିଥିବାବେଳେ ନିଜ ଇଞ୍ଜିନିୟରିଂ କଲେଜର କର୍ମଚାରୀ ମଧ୍ୟ ବାପପୁଅଙ୍କ ବିରୋଧରେ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛନ୍ତି। ତେଣୁ ବିଜେଡି ଏହି ପ୍ରସଙ୍ଗକୁ କିଭଳି ନେଉଛି ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ଏଭଳି ପରିସ୍ଥିତିରେ ପ୍ରଫୁଲ୍ଲ କିମ୍ବା ତାଙ୍କ ପୁଅକୁ ଦଳ ଯଦି ଟିକେଟ ନ ଦିଏ ତେବେ ପରିବାରକୁ କାହାକୁ ଥଇଥାନ କରାଯିବ। ନା ନବାଗତ ଆଶାୟୀ ପ୍ରାର୍ଥୀଙ୍କ ମୁଣ୍ଡରେ ଶିରୋପା ଭିଡ଼ା ହେବ। ତାକୁ ନେଇ ଭଣ୍ଡାରିପୋଖରୀଠାରୁ ଭୁବନେଶ୍ବର ଯାଏ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେମାନଙ୍କ ମଧ୍ୟରେ ବାପା ଏବଂ ପୁଅଙ୍କ ମଧ୍ୟରେ କାହାକୁ ବିଜେଡି ଟିକେଟ ଦେବ ଚର୍ଚ୍ଚା ଚାଲିଥିବାବେଳେ ଧାମନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଯୁବନେତା ପାର୍ଥସାରଥୀ ମୁଦୁଲି, ଅବସରପ୍ରାପ୍ତ ଆଇଏଏସ ତଥା ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ରମେଶ ରାଉତ, ବିଜେଡି ଆଶାୟୀ ପ୍ରାର୍ଥୀ ପ୍ରଣୀତକାନ୍ତ ସାମଲ, ନାରୀନେତ୍ରୀ ସୁଜାତା ଜେନା ଏହି ରେସରେ ଆଗରେ ଅଛନ୍ତି।  ତେବେ କାହାକୁ ମିଳିବି ଭଣ୍ଡାରିପୋଖରୀ ଟିକେଟ ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ