ବାତ୍ୟା ଆଶ୍ରୟସ୍ଥଳୀରେ ଏପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ରନ୍ଧା ଖାଦ୍ୟ
by Argus News
Thu, Oct 24 | 8:06 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ଆଶ୍ରୟସ୍ଥଳୀ ରେ ପହଞ୍ଚିଲା ନାହିଁ ରନ୍ଧା ଖାଦ୍ୟ। ନିଆଳି ବ୍ଲକ୍ ଅଲଣା ପ୍ରାଇମେରୀ ସ୍କୁଲର ପ୍ରାୟ 100 ଲୋକ ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ଖାଦ୍ୟ ଯୋଗାଇବାରେ ବିଫଳ ହୋଇଛି। ଲୋକମାନେ ବର୍ତ୍ତମାନ ସୁଧା ଭୋକ ଉପାସର ଅଛନ୍ତି। ନିଆଳି ବ୍ଲକର ଅଲଣା ପ୍ରାଇମେରୀ ସ୍କୁଲ୍ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା। 

ଲୋକେ ଆଜି ସକାଳୁ ଏଠାରେ ଆଶ୍ରୟ ନେଇଥିବା ବେଳେ ଏପର୍ଯ୍ୟନ୍ତ ପହଞ୍ଚିଲାନି ବ୍ଲକ୍ ପ୍ରଶାସନ। ସମୟ ଆସି 4 ଟା ବାଜିଲାଣି। ଲୋକଙ୍କ ପାଖର ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ ପହଞ୍ଚି ନାହିଁ। ଫଳରେ ଏଠାରେ ଆଶ୍ରୟ ନେଇଥିବା ପ୍ରାୟ 100 ବୃଦ୍ଧ , ଛୋଟ ପିଲା ଭୋକ ଉପାସରେ ପଡିଛନ୍ତି। ଘଟଣାସ୍ଥଳରେ ଲୋକ ମାନେ ଅସନ୍ତୋଷ ଥିବା ବେଳେ ମାରପିଟ୍ ମଧ୍ୟ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

CYCLONE DANA
27m ago
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛ
CYCLONE UPDATE
ଭୋର୍‌ ଯାଏଁ ଚାଲୁ ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ରାତି 12 ଟା 5 ର
CYCLONE DANA
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବ