ଆଠମଲ୍ଲିକରେ ଫାର୍ମପଣ୍ଡ୍ ଖୋଳାରେ ମହାଦୁର୍ନୀତି
by Argus News
Sat, Sep 28 | 2:12 p.m.

 ଅନୁଗୁଳ: ବିଜେଡ଼ି ଶାସନରେ ଚରମ ସୀମା ଟପିଥିଲା ଦୁର୍ନୀତି । ଯାହାର ପ୍ରମାଣ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ । କେଉଁଠି ମିଛ ବିଲ୍ ପାସ୍ କରି ଅର୍ଥ ହଡପ୍ ତ କେଉଁଠି କାମ ସାରିଥିଲେ ସୁଦ୍ଧା ପିସି ନଦେବାରୁ ମିଳୁନି ବିଲ୍ ।.. ୨୦୨୨-୨୩ ଆର୍ଥିକ ବର୍ଷରେ ଆଠମଲ୍ଲିକ ବ୍ଲକରେ ମନରେଗା ଯୋଜନାରେ ୨୪ଟି ଫାର୍ମ ଖୋଲାଯାଇଥିବାର RTI ତଥ୍ୟ କହୁଛି ।... ହେଲେ 12ଟି ପୋଖରୀର ମିଛ ଧରେଇ ଦେଇଛି ତହସିଲଦାରଙ୍କ ରିପୋର୍ଟ ।.. ତହସିଲଦାରଙ୍କ ରିପୋର୍ଟରେ ଉକ୍ତ 12 ଗୋଟି ପୋଖରୀ ସ୍ଥାନରେ କେଉଁଠି ଧାନ ବିଲ ଅଛି ତ ଆଉ କେଉଁଠି ମୁଗ, ବିରି ଓ କେଉଁଠି ପଡିଆ ପଡିଛି । ମାଧପୁର ପଞ୍ଚାୟତରେ 3ଟି, ଅଏଡା ଓ କୁରୁମଟାପରେ ୨ଟି ଲେଖାଏଁ, ଲୁଣହାଣ୍ଡି, ଆମ୍ବସରମୁଣ୍ଡା, ବାସୁଦେବପୁର, ପେଡିପଥର ଓ ସାପଘରାରେ ଗୋଟିଏ ଲେଖାଏଁ ପୋଖରୀର ତଥ୍ୟ ନଥିବା ଜଣାପଡିଛି । ପ୍ରାୟ ୧୪ ଲକ୍ଷ ୮୦,୨୭୫ ଟଙ୍କାର ଦୁର୍ନୀତି ହୋଇଥିବା RTI ତଥ୍ୟରୁ ସ୍ପଷ୍ଟ ହୋଇଛି ।  ଏପଟେ ଆଠମଲ୍ଲିକ ବ୍ଲକରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ରାମଚନ୍ଦ୍ର ଶତପଥୀ କାଳେ ସର୍ବେସର୍ବା ପାଲଟିଛନ୍ତି । ତାଙ୍କ ଇଙ୍ଗିତରେ ବ୍ଲକ ଚାଲୁଥିବାବେଳେ ପିସି ନଦେଲେ କାହାର ବିଲ୍ ପାସ ହୁଏନି ବୋଲି ଖୋଦ୍ ସରପଞ୍ଚ ଅଭିଯୋଗ ଆଣିଛନ୍ତି ।

 ବିଜେଡି ସରକାର ଦୁର୍ନୀତିଖୋରଙ୍କୁ ପ୍ରଶ୍ରୟ ଦେଉଥିଲା, ବିଜେପି ସରକାରରେ ତାହା ଚଳିବନି ।.. ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ।  ସେପଟେ ଘଟଣାର ତଦନ୍ତ କରି ସଠିକ ପଦକ୍ଷେପ ନିଆଯିବ ପ୍ରତିକ୍ରିୟା ଦେଇଛନ୍ତି ଆଠମଲ୍ଲିକ ବିଡିଓ ।  ପୂର୍ବ ବିଜେଡ଼ି ସରକାରରେ ହୋଇଥିବା ମହାଲୁଟର ତଦନ୍ତ କରି ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ପର୍ଦ୍ଦାଫାସ୍ କରିବ ବିଜେପି ସରକାର । ହେବ ଦୃଢ ଆକ୍ସନ୍ । 

 ଅଧିକ ପଢନ୍ତୁ ଓଡ଼ିଶା ଖବର

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ