ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ୍ୟୁ, ସ୍ୱାମୀ ଗୁରୁତର
by Argus News
Sat, Jul 13 | 12:10 p.m.

ଅର୍ଗସ ବ୍ୟୁରୋ:  ନୀଳଗିରିରେ ଚାଞ୍ଚଲ୍ୟ। ଋଣ ବୋଝରେ ବିଷ ପିଇଲେ ଦମ୍ପତି । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ୟୁ, ସ୍ୱାମୀ ଗୁରୁତର । ନୀଳଗିରି ବ୍ଲକ ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ସ୍ବରୂପାନନ୍ଦ ଦେବଗୋସ୍ୱାମୀ ଏବଂ ତାଙ୍କ ସ୍ତ୍ରୀ ସଂଗୀତା ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଓ ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲେ । ଏହି ଋଣ ଟଙ୍କାରେ ସେମାନେ ହଲର୍‍ ଏବଂ ମୁଢ଼ିଭଜା ମେସିନ ବସାଇ ବ୍ୟବସାୟ କରୁଥିଲେ ।

ବ୍ୟବସାୟରେ ବାରମ୍ବାର କ୍ଷତି ଘଟିବାରୁ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲେ ଦମ୍ପତି । ସେପଟେ ଋଣ ପ୍ରଦାନୀକାରି ସଂସ୍ଥାର ବାରମ୍ବାର ତାଗିଦ ଓ  ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶେଷରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସ୍ୱାମୀ-ସ୍ତ୍ରୀ। ପ୍ରଥମେ ସେମାନଙ୍କୁ ନୀଳଗିରି ଓ ବାଲେଶ୍ବର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ବରର  ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସଂଗୀତାଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ ସ୍ବରୂପା ନନ୍ଦ ଭେଣ୍ଟିଲେଟରରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
7m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
10m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ