ନିର୍ବାଚନ ପୂର୍ବରୁ ରତ୍ନଗଣନା ନ କରିବା ପାଇଁ ସରକାରଙ୍କ ଚାଲ୍
by Argus News
Thu, Feb 29 | 7:21 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରତ୍ନଗଣନା ନ କରିବା ପାଇଁ ସରକାରଙ୍କ ଚାଲ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶର ୫ ମାସ ପରେ ଗଠନ ହେଲା ତଦାରଖ କମିଟି । ରତ୍ନ ଅଳଙ୍କାର ଗଣନା କେବେ କାହିଁକି ସ୍ପଷ୍ଟ କରୁନାହାନ୍ତି ସରକାର । ସେପଟେ ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ ଗଠନ ହେଲେ ତଦାରଖ କମିଟି ଗଠନ । ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ରହିବେ । କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ଜଣ ସଦସ୍ୟ ସାମିଲ୍ । 

ଗତ ବର୍ଷ ସେପଚେମ୍ବର ମାସରେ ହାଇକୋର୍ଟ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ କହିଥିଲେ । ତେବେ କମିଟି ଗଠନକୁ ନେଇ ଉଠିଛି ପ୍ରଶ୍ନ । କଣ ତଦାରଖ କରିବ ଏଇ ଉଚ୍ଚସ୍ତରୀୟ କମିଟି, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୫ ମାସ କାହିଁକି ଲାଗିଲା କମିଟି ଗଠନ ପାଇଁ, ଜାଣିଶୁଣି ବିଳମ୍ବ କରାଯାଇଛି କି, ନିର୍ବାଚନ ପୂର୍ବରୁ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଷଡଯନ୍ତ୍ର କି, କେବେ ଖୋଲିବ ରତ୍ନଭଣ୍ଡାର, କାହିଁକି କହୁନାହାନାନ୍ତି ସରକାର, ନିର୍ବାଚନପୂର୍ବରୁ ପୋଲ୍ ଖୋଲିଯିବାର ଭୟ କି । ସେପଟେ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ବାହାର କାନ୍ଥରେ ଫାଟ ଥିବା କଥା ଏଏସଆଇ ସ୍ପଷ୍ଟ କରିଛି । ଅର୍ଗସ ହାତରେ ଲାଗିଛି ଏଏସଆଇର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରତ୍ନଭଣ୍ଡାର ଉତ୍ତରପାର୍ଶ୍ୱ କାନ୍ଥରେ ଫାଟଥିବା ଏଏସଆଇ ରିପୋର୍ଟରେ ଲ୍ଲେଖ ରହିଛି । ଏଭଳି ଫାଟ ଭବିଷ୍ୟତରେ କ୍ଷତି ସୃଷ୍ଟି କରିପାରେ ବୋଲି ଏଏସଆଇ ଚିଠିରୁ ସ୍ପଷ୍ଟ ହୋଇଛି । ଶ୍ରୀମନ୍ଦିର ଚାରିପଟେ ହୋଇଥିବା ଜିପିଆରଏସ୍ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ଓବିସିସି ତରଫରୁ ଖାମଖିଆଲ୍ ଢଙ୍ଗରେ ପ୍ରତିକ୍ରିୟା ରଖାଯାଇଥିବା ବେଳେ ଏଏସଆଇ ଏହି ରିପୋର୍ଟ ପାଇନଥିବା କହିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ । ଶେଷଥର ପାଇଁ ୧୯୭୮ ମସିହାରେ ଶ୍ରୀମନ୍ଦିରର ରତ୍ନଗଣନା ହୋଇଥିଲା । ତା ପରଠାରୁ ଆଉ ଗଣନା କରାଯାଇନାହିଁ । ଯାହାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ