ଆଇସିସି ବ୍ୟାଟିଂ ରାଙ୍କିଂର ୨୨ତମ ସ୍ଥାନକୁ ଖସିଲେ ବିରାଟ 
by Argus News
Thu, Nov 07 | 8:07 a.m.

ଅର୍ଗସ ବ୍ୟୁରୋ:  ଆଇସିସି ରାଙ୍କିରେ ତଳକୁ ଖସିଲେ ବିରାଟ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ 3-0ରେ ଦଳର ପରାଜୟ ପରେ ଆଇସିସି ବ୍ୟାଟିଂ ରାଙ୍କିଂରେ ବିରାଟ ୮ଟି ସ୍ଥାନ ତଳକୁ ଖସିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ଟେଷ୍ଟରେ ବିରାଟ ମାତ୍ର ୯୩ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ଆଇସିସି ବ୍ୟାଟିଂ ରାଙ୍କିଂର ୨୨ତମ ସ୍ଥାନକୁ ଖସିଛନ୍ତି ବିରାଟ କୋହଲୀ । ବୁଧବାର ଆଇସିସି ଜାରି କରିଥିବା ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ ଶର୍ମା  ୨ଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ରହିଛନ୍ତି।


ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକାକୀ ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କ ରାଙ୍କିଂରେ ଉନ୍ନତି ଆସିଛି। ସେ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଂର ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଟପ୍‌ ୧୦ରେ ପନ୍ତ ଓ ଜୈସୱାଲ ଦୁଇ ଭାରତୀୟ ଭାବେ ରହିଛନ୍ତି । ବର୍ତ୍ତମାନ ବ୍ୟାଟିଂ ରାଙ୍କିଂର ୧ନଂ ସ୍ଥାନରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ତାଙ୍କ ପଛକୁ କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ରହିଛନ୍ତି।

ଆହୁରି ପଢନ୍ତୁ ଖେଳ ଖବର...
 

SUNANDA DAS
13m ago
ସଫା ହୋଇହୋଇ ଆସୁଛି ବିଜେଡି : ପଦ୍ମ ପୋଖରୀକୁ ଡେଇଁଲେ ସୁନନ୍ଦା
ଅର୍ଗସ ବ୍ୟୁରୋ: ବିଜେଡିରେ ଏବେ ସ୍ଥିତି ଭାରି ଗଡବଡ଼ । କାରଣ ଜଣକ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଦୁଇ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ବିଜେଡିର ଚିନ୍ତା ଡବଲ ହୋଇଥିଲା । ହେଲେ ଏବ
PM NARENDRA MODI
18m ago
ଟ୍ରମ୍ପଙ୍କ ସହ ମୋଦିଙ୍କ ସମ୍ପର୍କ ଏତେ ନିବିଡ଼ ହେଲା କେମିତି ?
ଅର୍ଗସ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ରେଜଲ୍ଟକୁ ନେଇ ଯେତିକି ଚର୍ଚ୍ଚା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ଟ୍ରମ୍ପ ନିର୍ବାଚନରେ ବିଜୟ ହେବା ପର
BHUBANESWAR METRO
23m ago
୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ : ଟ୍ଵିନସିଟିରେ ସାଏଁ ସାଏଁ ଗଡ଼ିବ ମେଟ୍ରୋ
ଅର୍ଗସ ବ୍ୟୁରୋ: ଆହୁରି ସହଜ ହେବ ଟ୍ଵିନସିଟି ଯାତ୍ରା । କାରଣ ଭୁବନେଶ୍ଵରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍‌ । ଆଉ ମାତ୍ର ୩ ବର୍ଷ ପରେ ଆପଣ ବି ଓଡ଼ିଶାର