କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ସରକାର ପଛଘୁଞ୍ଚା ଦେବେ ନାହିଁ- ମୁଖ୍ୟମନ୍ତ୍ରୀ
by Argus News
Fri, Sep 20 | 3:42 p.m.

ଭୁବନେଶ୍ୱର:  ଚନ୍ଦକା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ ବ୍ରାଞ୍ଚ୍ ର ଜଣେ ମହିଳା ଡିଏସପିଙ୍କ ନେତୃତ୍ତ୍ୱରେ କରୁଛନ୍ତି ଛାନଭିନ୍ । ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଶନିବାର ରାତିରେ ମେଜର ଓ ତାଙ୍କ  ବାନ୍ଧବୀଙ୍କୁ କମେଣ୍ଟ ମାରିଥିବା 7 ଜଣଙ୍କୁ ଅଟକ ରଖିଲା କ୍ରାଇମବ୍ରାଞ୍ଚ । ଚନ୍ଦକା ଥାନାରେ ଅଟକ ଯୁବକକୁ ପଚରା ଉଚରା ଜାରି ରଖିଛି କ୍ରାଇମ ବ୍ରାଞ୍ଚ୍ ।  

ଶନିବାର ରାତିରେ ଗାଡି ରେ ଫେରୁଥିବା ବେଳେ ଯୁବକ ମାନେ କମେଣ୍ଟ ମାରିଥିବା ନେଇ ଥାନାକୁ ଆସିଥିଲେ ମେଜର ଗୁରୁଵଂଶ ସିଂ ଓ ବାନ୍ଧବୀ । ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦେଇଥିବା ପୋଲିସ ବାବୁଙ୍କ କିଏ ସେ ଗଡ଼ଫାଦର । 2022 ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବାବେଳେ ବାବୁ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ । ନ ଦେଲେ ମିଛ କେସରେ ଫଶାଇବେ ବୋଲି ଦି ଧମକାଉଥିଲେ । ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ପରେ ବି କାହିଁକି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ହେଲା ନାହିଁ ଆକସନ୍ । 

ଓଲଟା ତାଙ୍କୁ ପୁରସ୍କାର ମିଳିଲା । 6 ମାସ ତଳେ ଭରତପୁର ମଡେଲ ଥାନାକୁ ଉଦଘାଟନ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଚୁଆ ପୋଲିସ ବାବୁ ବଦଳି ହୋଇ ଆସିଲେ ଏଇ ଥାନାକୁ । ତେବେ ବିଜେଡିର ଗେହ୍ଲାପୁଅଙ୍କୁ କିଏ ଆଣିଥିଲା ମଡେଲ୍ ଥାନା । ସେପଟେ ଆଦର୍ଶ ଥାନାରେ ସିସିଟିଭି ନଥିବା ନେଇ ବଡ଼ ପ୍ରଶ୍ନ । ସନ୍ଦେହ ଘେରରେ ପୂର୍ବ ନବୀନ ସରକାର ।

ସେପଟେ ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ପକ୍ଷରୁ କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । 4 ଜଣଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ନାଁରେ ଏଫ୍ ଆଇ ଆର ମଧ୍ୟ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ କେବେ ବି ସରକାର ପଛଘୁଞ୍ଚା ଦେବେ ନାହିଁ । ତେଣୁ କୌଣସି ପ୍ରକାର ବ୍ୟସ୍ତତା ହେବା ଦରକାର ନାହିଁ । ସରକାର ସଚେତନ ଅଛନ୍ତି, ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ଆହୁରି ପଢନ୍ତୁ ଓଡିଶା ଖବର...
 

କୋଲକାତା ଲଜ୍ଜା
31m ago
ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ
ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ,ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍
ଭରତପୁର ଘଟଣା
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲ
RATNABHANDAR
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି