ଜନଜାତି କଲ୍ୟାଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍
by Argus News
Sat, Apr 20 | 2:58 p.m.

ଦେବଗଡ:  ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ନିରୀହ ଆଦିମ ଜନଜାତି ପାଉଡ଼ି ଭୂୟାଁଙ୍କୁ ଠକିଦେଲେ ସରକାର । ବିଜେଡି ସରକାରଙ୍କ ଚରମ ଅବହେଳାର ଶିକାର ଦେବଗଡ଼ ଜିଲ୍ଲା ଶେଷ ସୀମାରେ ରହୁଥିବା ଆଦିମ ଜନଜାତି ପାଉଡି ଭୂୟାଁ ଓ ମୁଣ୍ଡା। ଏମାନଙ୍କ ପାଇଁ ମାଳ ମାଳ ଯୋଜନା, କୋଟି କୋଟି ଟଙ୍କା ଖର୍ଚ୍ଚ। କିନ୍ତୁ କାଗଜ କଲମ ଓ ପ୍ରଚାର, ବିଜ୍ଞାପନରେ ହୋଇଛି ଆଦିବାସୀଙ୍କର ବିକାଶ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତର ଔତଲ ଓ ମୁରର୍ହା ଆଦିମ ଜନଜାତିଙ୍କ ଗାଁରୁ ଦେଖିବା ଅର୍ଗସର ଗ୍ରାଉଣ୍ଡ ରିପୋର୍ଟ।
ଆଦିମ ଜନଜାତିଙ୍କୁ ସଶକ୍ତ କରିବାକୁ ବହୁ ଉନ୍ନୟନମୂଳକ ଯୋଜନା ଚାଲୁଥିବା ପ୍ରଚାର ହେଉଛି ।  

କିନ୍ତୁ ଆପଣଙ୍କ ସାମ୍ନାରେ ବାସ୍ତବ ଚିତ୍ର । ଦେବଗଡ଼ ଜିଲ୍ଲା ସୀମାରେ ରହୁଥିବା ଆଦିମ ଜନଜାତି ପାଉଡି ଭୂୟାଁ ଓ ମୁଣ୍ଡାଙ୍କ ଅବସ୍ଥା ଦେଖନ୍ତୁ…ବିଜେଡି ଶାସନର 24 ବର୍ଷ ପରେ ଆଦିବାସୀଙ୍କର କେତେ ହୋଇଛି କଲ୍ୟାଣ, ତାହା ଦେଖିବାକୁ ଗାଁ ଔତଳରେ ପହଞ୍ଚିଥିଲା ଟିମ୍ ଅର୍ଗସ । ପାହାଡ଼ ତଳେ ରହୁଥିବା ଏ ଗାଁର ସବୁ ପରିବାର ମୌଳିକ ସୁବିଧାରୁ ବଞ୍ଚିତ। ସ୍କୁଲ ଅଛି, କିନ୍ତୁ ଶିକ୍ଷକ ନାହାନ୍ତି । ପିଇବା ପାଣି ପାଇଁ ଲୋକଙ୍କ ଭରସା ଏ ନାଳ। ମୁଣ୍ଡ ଗୁଞ୍ଜିବାକୁ ଏ ଭଙ୍ଗା, ଦଦରା ଘର। ଏମାନଙ୍କ ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସେ ଟଙ୍କା କୁଆଡ଼େ ଯାଉଛି ତାହା କେହି ଜାଣନ୍ତିନି।  ଅଭିଯୋଗ ହୋଇଛି `ଆମ ଓଡ଼ିଶା ନବୀନ ଓଡ଼ିଶା' ନାଁରେ ଗାଁର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥକୁ ସ୍ଥାନୀୟ ବିଜେଡି ନେତା ହଡ଼ପ କରିଛନ୍ତି । ୪୦ ବର୍ଷ ପୂର୍ବରୁ ଥିବା ମାଟି ଘର ଭାଗବତ ଟୁଙ୍ଗିଙ୍କୁ ଦେଖାଇ ଟଙ୍କା ଉଠାଇ ନିଆଯାଇଛି। ଏଠି କେବଳ ଲାଗିଛି ଏ ଫଳକ।  ଆଦିମ ଜନଜାତିଙ୍କ  ନାଁରେ ବହୁ ଯୋଜନା, ମାଳ ମାଳ ମିଛ ପ୍ରଚାର। କିନ୍ତୁ ବିଜେଡି ଶାସନ 25 ବର୍ଷ ଭିତରେ ଏମାନଙ୍କୁ ମିଳିଛି କେବଳ ଧୋକା ଓ ପ୍ରତାରଣା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାଜ୍ୟରେ ଲାଗୁ ହେବ
7m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର