ଖରାଦିନେ ଛୁଆଙ୍କୁ ଦିଅନ୍ତୁ ଦହି କାକୁଡି ଭାତ...
by Argus News
Tue, May 28 | 12:23 p.m.

ଅର୍ଗସ ବ୍ୟୁରୋ:  ଗ୍ରୀଷ୍ମ ଋତୁରେ ପିଲାମାନେ ଅସୁସ୍ଥ ହେବାର ଅଧିକ ଭୟ ଥାଏ । ଖାସ କରି ସ୍କୁଲ ଯାଉଥିବା ପିଲାମାନଙ୍କ କ୍ଷେତ୍ରରେ ଏହି ଭୟ ଅଧିକ ଦେଖାଯାଏ । ଏହି ପରିସ୍ଥିତିରେ ପିଲାମାନଙ୍କୁ ଏମିତି ଖାଇବା ଦେବା ଦରକାର ଯାହା ତାଙ୍କୁ ସୁସ୍ଥ ରଖିବା ସହ ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରଖିବ । 

ଏମିତି ଏକ ଖାଇବା ଯାହା ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବ । ଏହା ଖାଇବା ଦ୍ୱାରା ପେଟ ଥଣ୍ଡା ରହିବ । ଏହାକୁ ବନାଇବାକୁ  ଖୁବ କମ୍ ସମୟ ଲାଗିବା ସହ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ।  

ପ୍ରସ୍ତୁତି ପ୍ରଣାଳୀ:- 

ଏଥିପାଇଁ ଆପଣ ବଳି ଯାଇଥିବା ବାସି ଭାତ କିମ୍ବା ସଜ ଭାତ ତିଆରି କରି ବନେଇପାରିବେ । ଗୋଟେ ପାତ୍ରରେ ଦହି ନେବେ, ସେଥିରେ ଛୋଟ ଛୋଟ କଟା ହୋଇଥିବା କାକୁଡି, ଗାଜର ପକାଇପାରିବେ । ସେଥିରେ ଆପଣ ବାସି ଭାତକୁ ମିଶାଇ ଦେବେ । 

ଗ୍ୟାସ ଲଗାଇ ଏକ କଡେଇ ବସେଇବେ । ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ ଜିରା, ସୋରିଷ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ପକେଇ ତାକୁ ହାଲକା ଭାଜିବେ । ଏହା ପ୍ରସ୍ତୁତ ହେବା ପରେ ଦହି ଭାତରେ ଏହାକୁ ପକାଇ ଦେବେ । ଏହାକୁ ସଜାଇବା ପାଇଁ ଉପରେ ଧନିଆ ପତ୍ର ଓ ଡାଳିମ୍ବ ପକାଇଦେବେ ।  

ଏହା ବନାଇବା ଯେତିକି ସହଜ, ଖରାଦିନେ ପେଟ ମଧ୍ୟ ଥଣ୍ଡା ରଖିବ ।  ଆପଣଙ୍କ ଛୁଆ ସ୍କୁଲ ଯାଉଥିଲେ ଏହାକୁ ଆପଣ ଟିଫିନ୍ ରେ ମଧ୍ୟ ଦେଇପାରିବେ । 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା