ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡୁନି ପୂର୍ଣ୍ଣଛେଦ
by Argus News
Sun, Feb 25 | 6:17 p.m.

ଅର୍ଗସ ବ୍ୟୁରୋ : ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡୁନି ପୂର୍ଣ୍ଣଛେଦ । ୭୦୦ କୋଟି ବ୍ୟୟରେ ଷ୍ଟାଡିୟମ ପୁନଃନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ବିରୋଧ କରିଛି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ । ଷ୍ଟାଡିୟମ ଭାଙ୍ଗି ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର, ବିସିସିଆଇ ଓ ଓସିଏ ଷ୍ଟାଡିଅମକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।  

ଓଡ଼ିଆଙ୍କ ବିଶ୍ୱାସ ଓ ଐତିହ୍ୟ କୀର୍ତ୍ତୀରାଜି ସହିତ ଜଡିତ ରହିଛି ବାରବାଟୀ ଷ୍ଟାଡିୟମ । ବାରବାଟୀ ଷ୍ଟାଡିୟମର ଐତିହ୍ୟ ଓ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖି ରୂପାନ୍ତରଣ କରିବାକୁ ସଂଘ ଦାବି କରିଛି । ଏହାସହ ଷ୍ଟାଡିୟମରେ ସ୍ୱର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସ୍ମୃତି ସଂସଦର କର୍ମକର୍ତ୍ତା ଦାବି କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୯୫୦ ମସିହାରେ ନିର୍ମିତ ହୋଇଥିଲା ଐତିହାସିକ ବାରବାଟୀ ଷ୍ଟାଡିୟମ। । ସରକାରୀ ଅନୁଦାନ ବିନା ସେତେବେଳ ବାରବାଟୀ ରାଫେଲ୍‌ ନାମରେ ଏକଟଙ୍କିଆ ଟିକେଟ କରି ଉଦ୍ୟୋକ୍ତାମାନେ ସାଇକେଲରେ ଦୁଆର ଦୁଆର ବୁଲି ଟିକେଟ ବିକ୍ରି କରି ଅର୍ଥ ସଂଗ୍ରହ କରିଥିଲେ । ରାଜ୍ୟ ସରକାର, ବି.ସି.ସି.ଆଇ ଏବଂ ଓ.ସି.ଏ ଏହି ଦିଗରେ ପୁନଃ ଚିନ୍ତା କରିବାକୁ ଦାବି କରିଛନ୍ତି ସଂଘ ସଦସ୍ୟ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ