ଟିକେଟ ଘୋଷଣା ପରେ ବିଜେଡିରେ ବଢିଲା ଗୋଷ୍ଠୀ କନ୍ଦଳ
by Argus News
Thu, Mar 28 | 5:41 p.m.

ଅର୍ଗସ ବ୍ୟୁରୋ : କଟକ ଚୌଦ୍ଵାରରେ ଅକଳରେ ବିଜେଡି । ଟିକେଟ ଘୋଷଣା ପରେ ବଢିଲା ଗୋଷ୍ଠୀ କନ୍ଦଳ । ମୁଖିଆଙ୍କୁ ଟେନସନ୍ ଦେଉଛନ୍ତି ବିଦ୍ରୋହୀ । ସୌଭିକ ବିଶ୍ଵାଳଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ସ୍ଵାଧୀନରେ ଲଢ଼ିବେ କଟକ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ପୂର୍ବତନ ଉପସଭାପତି ଲୋକନାଥ ଲେଙ୍କାଙ୍କ ପତ୍ନୀ ରୂପାଲୀ ଲେଙ୍କା । ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି ନିଜେ ରୂପାଲୀ । ଏହା ସହ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ଵାଳଙ୍କ ବାପା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ଏକ ଅଡିଓ ସେ ସାମନାକୁ ଆଣିଛନ୍ତି । 

ଯେଉଁଥିରେ ପ୍ରଭାତ ଓ ସୌଭିକ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବିରୋଧରେ ଟିକେଟକୁ ନେଇ ଆଲୋଚନା କରୁଥିଲେ । ବିଜେଡି ଟିକେଟ ଆଶାରେ କଟକ ଚୌଦ୍ଵାର ନିର୍ବାଚନ ମଣ୍ଡଳୀରେ ପୂର୍ବତନ କଟକ ବିଜୁ ଯୁବ ଓ ଛାତ୍ର ଜନତାର ଉପସଭାପତି ଲୋକନାଥ ଲେଙ୍କାଙ୍କ ପତ୍ନୀ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କ ବ୍ୟାନରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବା ସହ ସଭା ସମିତି ଓ ଶୋଭାଯାତ୍ରା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ହେଲେ ଦଳର ସୁପ୍ରିମୋ ପୁଣି ଥରେ ସୌଭିକ ବିଶ୍ଵାଳଙ୍କ ଆସ୍ଥା ପ୍ରକଟ କରିବା ପରେ ଯାହାକୁ ବିରୋଧ କରି ସ୍ଵାଧୀନ ଭାବେ ଲଢ଼ିବେ ରୂପାଲୀ । ଅନ୍ୟପଟେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ରୂପାଲୀ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଭାତ ରଞ୍ଜନ ବିଶ୍ଵାଳ । କଟକରେ ପ୍ରାର୍ଥୀତ୍ବକୁ ନେଇ ବିଜେଡିର ଏବେ ଅକଲ ଗୁଡୁମ୍ ହୋଇଥିବା ବେଳେ ସେପଟେ ଗୋଟିଏ ପରେ ଗୋଟିଏ ବିଦ୍ରୋହୀ ଦେଲେଣି ଟେନସନ୍ । 
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ