କଟକବାସୀଙ୍କୁ ନିର୍ବାଚନୀ ଥୋପ
by Argus News
Thu, Feb 29 | 7:13 p.m.

ଅର୍ଗସ ବ୍ୟୁରୋ : ଅଧା କାମ, ପୁରା ଉଦଘାଟନ । କଟକବାସୀଙ୍କୁ ନିର୍ବାଚନୀ ଥୋପ । ସିଲଭରସିଟିରେ ବକ୍ସ ଡ୍ରେନ୍ ଉଦଘାଟନରେ କେଁ । ବିରୋଧୀ କହିଲେ, ଅଧା କାମ କରି କରିଦେଲେ ଉଦଘାଟନ । ନିର୍ବାଚନ ଥିବାରୁ କଟକବାସୀଙ୍କୁ ଭୁଆଁ ବୁଲା ଗଲା । ଜଳ ବନ୍ଦୀ ସମସ୍ୟାର କେବେ ହେବ ସମ୍ପୂର୍ଣ୍ଣ ସମାଧାନ । କଟକ ବକ୍ସି ବଜ଼ାର ବାରପଥର ଠାରୁ ପ୍ରଫେସର ପଡା ପର୍ଯ୍ୟନ୍ତ ୨.୮ କିଲୋମିଟର ବକ୍ସ ଡ୍ରେନକୁ ଭିଡ଼ିଓ କନ୍ଫରେସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବକ୍ସ ହବାଦ୍ୱରା କଟକ ସହର ମୁଖ୍ୟ ସମସ୍ୟା ଜଳ ବନ୍ଦୀ ସମସ୍ୟା ସହ ଟ୍ରାଫିକ ସମସ୍ୟା ଦୂର ହେବ । ଖାସ କରି ଡ୍ରେନ ଉପର କଭର ଥିବାରୁ ଆଉ ଆଳିଆ ଆବର୍ଜନା ର ଜମି ବା ସମସ୍ୟା କମିବ ବୋଲି କହିଛନ୍ତି ମେୟର । 

ସେପଟେ ଏହି ବକ୍ସ ଡ୍ରେନ ଉଦଘାଟନକୁ ବିରୋଧ କରିଛନ୍ତି ବିରୋଧୀ । ବିରୋଧୀ କହିଛନ୍ତି ବକ୍ସ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ନକରି କିପରି ଏହାକୁ ଉଦଘାଟନ କରାଗଲା । ଆଗକୁ ନିର୍ବାଚନ ଥିବାରୁ ଏଭଳି ତରବରିଆ ଭାବେ ଉଦଘାଟନ କରାଯାଇଛି ଏବେ ବି ଅଧିକାଂଶ ଜାଗାରେ ବକ୍ସ ଡ୍ରେନ କାମ ବାକି ଅଛି ବକ୍ସ ଡ୍ରେନ ଉପରେ ହେଉଥିବା ରାସ୍ତା କାମ ଚାଲିଛି । ତେଣୁ ଏହାକୁ ଉଦଘାଟନ କରି କଟକ ଲୋକଙ୍କୁ ଭୁଆଁ ବୁଲାଯାଉଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

୪୫୦ କୋଟି ଟଙ୍କା ବ୍ୟୟରେ ୩୪୦୦ ସହ ମିଟର ବକ୍ସ ଡ୍ରେନ ନିର୍ମାଣ କାର୍ଯ୍ୟ ୨୦୧୨ରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକୁ ସେତେବେଳେ ତାନ୍ତିଆ ଭୋଲଟାସ ଆରମ୍ଭ କରି କିଛି ମାସ ପରେ ଛାଡି ଚାଲିଯାଇଥିଲା ତେବେ  ଆଠ ବର୍ଷ କାମ ବନ୍ଦ ରହିଥିଲା । ଫୁଣି ୨୦୨୧ରେ ଏହି କାର୍ଯ୍ୟ ଆରମ୍ଭ କରି ୨୦୨୩ ଜାନୁଆରୀରେ ଶେଷ ହେବ ବୋଲି ଦେଡ ଲାଇନ ରହିଥିଲା । ଦେଡ ଲାଇନ ପାର ପରେ ମଧ୍ୟ କାମ ସାରି ପରି ନଥିଲା ଯାହା ଫଳରେ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲା । ବକ୍ସ ଡ୍ରେନ କାର୍ଯ୍ୟ କୁ ତୁରନ୍ତ ସରିବା ପାଇଁ ମହାନଗର ନିଗମ ଏବଂ watco ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ