ଘଣ୍ଟ ଘଣ୍ଟା ପାରମ୍ପରିକ ବାଜା ବାଦ୍ୟରେ ପ୍ରକମ୍ପିତ କଟକ
by Argus News
Mon, Mar 25 | 5:34 p.m.

ଅର୍ଗସ ବ୍ୟୁରୋ : ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଜା ବାଦ୍ୟରେ ପ୍ରକମ୍ପିତ କଟକ । ସହର ପରିକ୍ରମା କରୁଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ପ୍ରାୟ ୧୦୦ ବିମାନରେ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡ଼ିଆରୁ ବାହାରି ସହର ପରିକ୍ରମା କରି ବକ୍ସିବଜାର  ବାସ୍ତରୀ ମଠରେ ପହଞ୍ଚିଥିଲେ ରାଧାକୃଷ୍ଣ । ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପର୍ବରେ ଲୋକମାନେ ରାଧା ଦାମୋଦରଙ୍କ ଯୁଗଳ ମୂର୍ତ୍ତିକୁ ସୁସଜ୍ଜିତ ଦୋଳ ବିମାନରେ ବସାଇ ଗାଁ, ସାହି ପରିକ୍ରମା କରାଇଥାଆନ୍ତି । 

ଘରକୁ ଘର ବୁଲି ଦୋଳ ମହୋତ୍ସବ ପାଳନ କରିଥା'ନ୍ତି । ପୁନେଇଁ ଦିନ ବିଭିନ୍ନ ଗାଁରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଆଉ କଟକ ସହରରେ ଚାଲିଛି ଦୋଳ ମେଳଣ । ଭାଇଚାରାର ସହର କଟକରେ ବାସ୍ତରୀ ମଠ ଆନୁକୂଲ୍ୟରେ ଆୟୋଜିତ ପୂର୍ଣ୍ଣ ଦୋଳ ଯାତ୍ରାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ସୁନା ଦୋଳ । ବିଭିନ୍ନ ସାହିର 90ରୁ ଉର୍ଦ୍ଧ୍ବ ବିମାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡିଆକୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନାଚ ଗୀତର ତାଳେ ତାଳେ ଶ୍ରୀଜିଉମାନଙ୍କୁ ପୁରା ନଗର ପରିକ୍ରମା କରାଯାଇଥିଲା । ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ ଏହି ଯାତ୍ରାରେ । କଟକ ସହର ପରିକ୍ରମା କରିସାରିବା ପରେ ବାସ୍ତରୀ ମଠ ପରିସରରେ ସମସ୍ତ ବିଭାନ ଏକତ୍ରିତ ହୋଇ ସଂକୀର୍ତ୍ତନ କରାଯାଇଥିଲା । ଆଜି ଦୋଳ ପୂର୍ଣ୍ଣିମା ଉତ୍ସବକୁ ଧୁମଧାମରେ ପାଳନ ହୋଇଥିବା ବେଳେ, ଆସନ୍ତାକାଲି ହୋଲି ପର୍ବ ପାଳିବା ପାଇଁ ଅପେକ୍ଷା କରିଛନ୍ତି କଟକ ବାସୀ ।
 

TCS CEO
7m ago
TCS CEO କ୍ରିତିଭାସନଙ୍କ ଦରମା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ
ଅର୍ଗସ ବ୍ୟୁରୋ: ଏବେ ଜଣେ ଅଧିକାରୀଙ୍କ ନାଁ ଚର୍ଚ୍ଚା ହେଉଛି। ଯାହାଙ୍କ ଦରମା କଥା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଗୋଟିଏ ବର୍ଷ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ବେତନ ପାଇଛନ୍ତି। ସ
HEALTH
19m ago
ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ
ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି କମ୍ ଟଙ୍କାରେ କିଛି ଭଲ ଖାଇବାକୁ ମିଳୁ । ବାହାରେ ଖାଉଥିବା ଲୋକ ମାନେ ସବୁ ବେଳେ ଭଲଖାଇବା ଦରକାର। ତେବେ ଆସନ୍ତୁ ଜାଣିବା ସବୁଠାରୁ ସସ୍ତ
HEALTH
ରସୁଣକୁ କେମିତି ବ୍ୟବହାର କରିପାରିବେ
ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବ