ଶୁଖିଲା ଦୁଇ ନଦୀ : ଯୁଆଡ଼େ ଦେଖିବ ଖାଲି ବାଲି ଆଉ ବାଲି
by Argus News
Wed, Apr 03 | 3:25 p.m.

ଅର୍ଗସ ବ୍ୟୁରୋ : ପଡୋଶୀ ଛତିଶଗଡ଼ର କଲମା ବ୍ୟାରେଜ୍‌ ଠାରେ ଏବେ ମହାନଦୀ ସଂପୂର୍ଣ୍ଣ ବନ୍ଦିନୀ । ପିଲାବେଳେ ପଢିଥିବା ଓଡ଼ିଶାର ବଡ଼ ନଦୀ ‘ମହାନଦୀ’ ଏବେ ଖରା ଆରମ୍ଭରୁ ମୃତପ୍ରାୟ  । ଏଠି ଯୁଆଡ଼େ ଦେଖିବ ଖାଲି ବାଲି ଆଉ ବାଲି । ଏ ହେଉଛି କାଠଯୋଡି ଓ ମହାନଦୀର ଦୃଶ୍ୟ । ଏ ହେଉଛି ଖରା ଆରମ୍ଭର ଦୃଶ୍ୟ । ଖରା ଆରମ୍ଭରୁ ଶୁଖିଲା ପଡିଛି କଟକ ସହରକୁ ଘେରି ରହିଥିବା ଏହି ଦୁଇ ନଦୀ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କିନ୍ତୁ କଟକ ଦେଇ ପ୍ରବାହିତ ଦୁଇ ପ୍ରମୁଖ ନଦୀରେ ଦେଖାଦେଲାଣି ପାଣି ସମସ୍ୟା ।

କେବଳ ବର୍ଷା ଦିନକୁ ଛାଡି ଦେଲେ ଅନ୍ୟ ଦିନ ମାନଙ୍କରେ ନଦୀରେ ପାଣି ନ ଥାଏ । ଯାହା ଫଳରେ ନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ, ଚାଷୀ , ପ୍ରଭାବିତ ହେଉଛନ୍ତି । ଢେର ଦୁର୍ଦ୍ଦଶାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ୨୪ ବର୍ଷର ସ୍ଥିର ସରକାର ରାଜ୍ୟରେ ଶାସନ କରୁଥିବା ବେଳେ କିନ୍ତୁ କାଠଯୋଡ଼ି ନଦୀ ଉପରେ ଗୋଟିଏ ବି ଛୋଟ ବଡ଼ ବ୍ୟାରେଜ କି ଡ୍ୟାମ ନିର୍ମାଣ ହୋଇନାହିଁ । ଯାହା ଫଳରେ ବର୍ଷା ଜଳ ହେଉ କି ବନ୍ୟା ଜଳ ତାକୁ ସରଣକ୍ଷଣ କରାଯାଇ ପାରୁ ନାହିଁ । 

 

କାଠଯୋଡି ନଦୀରେ ଡ୍ୟାମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହେଉଥିଲେ ବି, ତାକୁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି କଟକ ନଗର ବିଜେପି ସଭାପତି । ଦେଖିବାକୁ ରହିଲା କେବେ ଦୁର ହେବ ଏ ସମସ୍ୟା । ନା ଏ ସମସ୍ୟାରେ ଛନ୍ଦି ହୋଇ, ପାଣିର ଅଭାବକୁ ନେଇ ବଞ୍ଚିବେ ସାଧାରଣ ଲୋକେ । ଭୂଗୋଳ ନରହି କେବଳ ଇତିହାସରେ ରହି ଯିବନି ତ ମହାନଦୀର ପରିଚୟ ।

TEA
40m ago
ଆନ୍ତର୍ଜାତୀୟ ଚା' ଦିବସ
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଅଧା ରହିଯାଏ। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରେ ମଧ୍ୟ ଚା ଏବଂ କଫ
ନୀଳଗିରିରେ ପହଞ୍ଚି
51m ago
ନୀଳଗିରିରେ ପହଞ୍ଚି ଦୁଇଟି ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ କଲେ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଏବେ ଜଣେ କଳାପାହାଡ଼ ଚଳାଉଛି। ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ନୀଳଗିରିର
ଆଇସକ୍ରିମ
ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....
ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପା