ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....
by Argus News
Tue, May 21 | 3:41 p.m.

ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପାଇ ପାରୁଛନ୍ତି ଗ୍ରାହକ । ହେଲେ ଟେକ୍ନୋଲୋଜି ଯେତେ ଉନ୍ନତ ହେଲେ ମଧ୍ୟ ସମସ୍ୟା ସେତେ ବଢୁଛି । କାରଣ ଏବେ ଅନେକ ସମୟରେ ଅନଲାଇନ ଫୁଡ ଡେଲିଭରୀକୁ ନେଇ ସମସ୍ୟା ଦେଖାଦେଇଛି । କେଉଁଠି ଖାଦ୍ୟ ନିମ୍ନମାନର ଦେଖିବାକୁ ମିଳିଥିବା ବେଳେ କେବେ ଖାଦ୍ୟର ଟେଷ୍ଟରେ ମଧ୍ୟ ଖରାପ ଦେଖିବାକୁ ମିଳିଛି । ସେହିପରି ଏବେ ଆଉ ଏକ ପୋଷ୍ଟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳା ଏକ ଖରାପ ଆଇସକ୍ରିମ ରିସିଭ କରିଥିବା ଶେୟାର କରିଛନ୍ତି ।

ଅଧିକ ପଢନ୍ତୁ : ଭାଇରାଲ ହେଉଛି ଛାତ୍ରଙ୍କ ଉତ୍ତର, ଆପଣ ବି ପଢିଲେ ରୋକିପାରିବେନି ହସ

ସେ ଲେଖିଛନ୍ତି, ସେ ଜେପ୍ଟୋରୁ ଏକ ଅମୁଲ ଆଇସକ୍ରିମ ଅର୍ଡର କରିଥିଲେ । ହେଲେ ସେଥିରୁ ଅଏଲ ଲିକୁଇଡ୍ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଏବଂ ଜେପ୍ଟୋ ନିଜର ଫ୍ରିଜ ମଧ୍ୟ ଚାଲୁ ରଖୁନାହାନ୍ତି । ଯାହାଦ୍ବାରା ଆଇସକ୍ରିମ ମଧ୍ୟ ପୁରା ତରଳ ଦେଖାଯାଉଛି ।  ଯେଉଁଥିରେ ଜେପ୍ଟୋରୁ ତୁରନ୍ତ ରିପ୍ଲାଏ ଆସିଛି ଯେ, " ଆମ ଦ୍ବାରା ଏପରି ଭୁଲ ହୋଇଥିବାରୁ ଆମେ ଅନୁତପ୍ତ । ଦୟାକରି ଆପଣଙ୍କ ରେଜିଷ୍ଟର କଣ୍ଟାକ୍ଟ ଡିଟେଲ୍ସ ନଚେତ ଆପଣଙ୍କ ଅର୍ଡର ଆଇ ଡି ଆମକୁ ପଠାନ୍ତୁ । ଆମେ ଆମ ଟିମ ଏ ବିଷୟରେ ଅଧିକ ସଚେତନ ହେବେ ।" ଯାହାକୁ ନେଇ ସେ ଲେଖିଛନ୍ତି, ସେ ଏ ବିଷୟରେ ତାଙ୍କର କଷ୍ଟ୍ୟୁମର କେୟାର ସହ କଥା ହୋଇ ସାରିଛନ୍ତି । ଏବଂ ଆଗାମୀ ଦିନରେ ଏଥିପ୍ରତି ସଚେତନ ରହିବାକୁ ତାଗିଦ ମଧ୍ୟ କରି ସାରିଛନ୍ତି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ