ବାତ୍ୟା ପ୍ରଭାବରେ ବର୍ଷା ଜାରି
by Argus News
Thu, Oct 24 | 9:18 a.m.

ଅର୍ଗସ ବ୍ୟୁରୋ:  ମାଡିଆସୁଛି ବାତ୍ୟା 'ଦାନା' । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ପାରାଦ୍ଵୀପରେ ସର୍ବାଧିକ ବର୍ଷା ୫୧ ମିଲିମିଟର ହୋଇଥିବା ବେଳେ ଚାନ୍ଦବାଲି ରେ ବର୍ଷା ୩୯ ମିଲିମିଟର ରେକର୍ଡ ହୋଇଛି। ଏହାସହ ପୁରୀରେ ୪.୮ ମିଲିମିଟର ବର୍ଷା। ଜଗତସିଂହପୁର ରେ ୦.୫ ରୁ ୧ ମିଟର ଜୁଆର
ବାଲେଶ୍ଵର ,ପୁରୀ ରେ ୧ ରୁ ୨ ମିଟର ଜୁଆର ଉଠିବାର ସମ୍ଭାବନା ରହିଛି। ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଆରମ୍ଭ ହୋଇସାରିଛି। 

ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ବିବାହ ହୋଇପାରୁ ନ ଥିଲେ
15m ago
ବିବାହ ହୋଇପାରୁ ନ ଥିଲେ ଜମା ବ୍ୟସ୍ତ ହୁଅନ୍ତୁନି
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ନିଜ ବିବାହକୁ ନେଇ ଚିନ୍ତିତ। ସୁନ୍ଦର ସହ ସବୁ ଗୁଣର ଅଧିକାରୀ ହୋଇଥିବା ବର ମିଳିବା ନିହାତି କଷ୍ଟକର। କିନ୍ତୁ ଆପଣ ଯଦି ଏହି ଉପାୟ ଆପଣାଇବେ ନିଶ୍ଚିତ ଆପ
ଅଭିଯୋଗ ଶୁଣାଣି
32m ago
ଅକ୍ଟୋବର ୨୮ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସମ୍ଭାବ୍ୟ ବାତ୍ୟା ‘ଦାନା‘ ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର
CYCLONE DANA
40m ago
ସତ ହେଲା ଅର୍ଗସ ଡିଜିଟାଲର ଆକଳନ : ବାତ୍ୟା ପଛକୁ ଫେରିବା ନେଇ ହୋଇଥିଲା ପୂର୍ବାନୁମାନ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ପାଣିପାଗ ବିଭାଗ ଦେଲା ବଡ଼ ଅପଡେଟ୍‌ । କାରଣ ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇ