ଦାନା ଖୋଲିଦେଲା ପିଏମ ଆବାସ ଗୁମର !
by Argus News
Mon, Oct 28 | 8:05 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ଏବେ ବି ଲକ୍ଷାଧିକ କଚ୍ଚା ଘର ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୋଟି କୋଟି ଟଙ୍କା ଅନୁଦାନ ଦେଇ କଚ୍ଚା ଘରକୁ ପକ୍କା ଘର କରିବାର ଯୋଜନା କରିଥିଲେ । ହେଲେ ସେହି ଟଙ୍କାକୁ ମନଇଚ୍ଛା ନିଜ ଦଳୀୟ ଲୋକଙ୍କୁ ଦେଇ ଖାଇଦେଇଛି ବିଜେଡି । ବୋଧହୁଏ ସେଇଥିଲା ଲା  ଗି ବାତ୍ୟା ଦାନାରେ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିଲେ ଲୋକେ । ଖାଲି ଏତିକି ନୁହେଁ ବରଂ ବିଜେଡି ପକ୍କା ଘରେ କେତେ ଦୁର୍ନୀତି କରିଛି ତାହାର ବି ଖୋଲୁଛି ଗୁମର । 

ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ, ବିଜେଡି ସରକାର ସମୟରେ ତାଲିକା ଦେଇ ନପାରିବାରୁ ପ୍ରାୟ ୬ ଲକ୍ଷ ୫୭ ହଜାର ପକ୍କା ଘର ଫେରି ଯାଇଥିଲା । ଆଉ ଖୋଲିଥିବା ପୂର୍ବ ସରକାର ଲୋକଙ୍କୁ ଘର ଦେବାକୁ କେତେ ତତ୍ପରତା ଦେଖାଇଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ଝାଟି ମାଟି ଘର ଭାଙ୍ଗିଥିଲେ ତାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । କିନ୍ତୁ କାହିଁକି ଏତେ ଗରିବ ଶ୍ରେଣୀର ଲୋକ ପିଏମ୍ ଆବାସ ଯୋଜନାର ସୁବିଧା ଏଯାଏଁ ପାଇପାରିନାହାନ୍ତି ? ସେନେଇ ମନ୍ତ୍ରୀ କହିଛନ୍ତି, ଆମ ସରକାର ଦୀର୍ଘ ମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି । ଯେପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆଉ ଆଗକୁ ଘର ଭାଙ୍ଗିବନି । ସେପଟେ ମୁହଁଟାଣ କରି ବିଜେଡି କହିଛି, ଆମେ ଘର ଦେବାରେ ଦୁର୍ନୀତି କରିନାହୁଁ ।

ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିନାହିଁ, ଏ କଥା ଆମେ ନୁହେଁ ବରଂ ବିଧାନସଭାର ତଥ୍ୟ ହିଁ କହୁଛି । ବିଜେଡି ସରକାର ସମୟରେ ତାଲିକା ନଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଥିଲା । ୨୦୧୬ରୁ ୨୦୨୩ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଥିବା ତାଲିକା ଦେଇ ପାରିନଥିଲେ ନବୀନ ସରକାର । ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ମିଳିଥିବା ବେଳେ ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବେଦନ କରି ଘର କେବେ ମିଳିବ ଅପେକ୍ଷା କରିଛନ୍ତି ।

ମୋଟ୍‌ ଉପରେ ନୂଆ ସରକାର ଆସିବା ପରେ ପୂର୍ବ ସରକାରର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । କେବଳ ଗୋଟିଏ କି ଦୁଇଟି ଯୋଜନାରେ ଦୁର୍ନୀତି ହୋଇଛି ତାହା ନୁହେଁ ବରଂ ଅନେକ ଯୋଜନାରେ ଦୁର୍ନୀତି ହୋଇଛି । ସିଏ ପୁଣି କୋଟି କୋଟି ଟଙ୍କାର । ଯାହାର ଏବେ ଖୋଲୁଛି ଗୁମର । ହେଲେ ଏବେ ନୂଆ ସରକାର ଆସିବା ପରେ ଦୁର୍ନୀତି ମୁକ୍ତ ସରକାର କରିବାକୁ ଯେଉଁ ଲକ୍ଷ ରଖାଯାଇଛି ତାହା ସ୍ପଷ୍ଟ ଭାବରେ ଦେଖାଯାଉଛି ।

 

C-295 ଏୟାରକ୍ରାପ୍ଟ
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ