ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
by Argus News
Mon, Oct 28 | 9:06 p.m.

ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକୁ ଦେଖିବାକୁ ମିଳେ । ସେଇଥି ପାଇଁ ତ କୁହାଯାଏ ଆଜି ବି ଦୁନିଆରେ ବଞ୍ଚିଛି ମାନବିକତା । ଆମଠୁ ଏକଥା ଶୁଣିସାରିବା ପରେ ଆପଣମାନେ ମଧ୍ୟ ଭାବୁଥିବେ ନିଶ୍ଚୟ ଆମେ କେଉଁ ମାନବିକତାର କଥା କହୁଛୁ। ଏ ଦୁନିଆରେ ମଣିଷ ବିପଦରେ ପଡିଲେ ବି ସବୁ  ସମୟରେ ତାକୁ ସାହାର୍ଯ୍ୟ ମିଳେନି ସେଠି ପଶୁପକ୍ଷୀଙ୍କ କଥା କଣ ବା କହିବା,କିନ୍ତୁ ସେଥିରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ପଶୁଟିଏ ବିପଦରେ ପଡିଥିବାର ଦେଖି ଏ ମଣିଷ ଯେ ସତରେ ଏତେ ବ୍ୟସ୍ତ ହୋଇପଡେ ନଦେଖିଲେ ଆପଣଙ୍କର ବି ବିଶ୍ବାସ ହେବନି ।ଏ ଦୃଶ୍ୟ ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ମୁଖ୍ୟ ରାସ୍ତା ନିକଟର,ଏଠି ମାଙ୍କଡ ଟି ବିଦ୍ୟୁତ୍  ସଂସ୍ପର୍ଶରେ ଆସି ଗୁରୁତର ଅବସ୍ତାରେ ରାସ୍ତାକଡ଼ରେ ଥିବା ଡ୍ରେନରେ ପଡି ବଞ୍ଚିବାକୁ ସଂଗ୍ରାମ କରୁଥିଲା। ଆଉ ଏଭଳି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ବଜରଙ୍ଗ ଦଳ ସଦସ୍ୟଙ୍କ ନଜର ପଡିଥିଲା ମାଙ୍କଡ ଉପରେ,ତା ଓଦା ଦେହକୁ ପୋଛି ସଫା କରିଦେଇଥିଲେ,ଆଉ ତାପରେ ନିଜ ପରିବାର ସଦସ୍ୟଙ୍କ ଭାବି ତୁରନ୍ତ ତାର ଜୀବନ ବଞ୍ଚାଇବା ଲାଗି ବାଇକରେ ବସାଇ ପଶୁ ଚିକିତ୍ସାଳୟ ପହଞ୍ଜାଇଥିଲେ ବଜରଙ୍ଗ ଦଳ ସଦସ୍ୟ ମାନେ

ମାଙ୍କଡ ଟି କେମିତି ଶୀଘ୍ର ସୁସ୍ଥ ହୋଇଯିବ ସେଥିଲାଗି ଡାକ୍ତରଙ୍କୁ ଗୁହାରି ମଧ୍ୟ କରିଥିଲେ,ସିରିଞ୍ଜ ମାଧ୍ୟମରେ ତାକୁ କ୍ଷୀର ପିଆଇ ଦେଇଥିଲେ,କେମିତି ସେ ଶୀଘ୍ର ସୁସ୍ଥ ହେବ ଆଉ ଏ ଡାଳରୁ ସେ ଡାଳକୁ ଡେଇଁ ଖତେଇହେବ,କାହିଁକି ନା ମାଙ୍କଡ କୁଆଡେ ଆମ ପୂର୍ବଜ। ସେ ମଣିଷ ହେଉ ଅବା ପଶୁପକ୍ଷୀ,ଆମେ ତାଙ୍କୁ ବିପଦରେ ଦେଖିବା ମାତ୍ର ସେବା କରିବା ଉଚିତ। ଆମକୁ ବୁଝିବାକୁ ହେବ ସବୁର ମୂଳ ସ୍ବାର୍ଥ ନୁହେଁ କାରଣ ସେବା ହିଁ ମାନବ ଧର୍ମ,ସେଇଥି ପାଇଁ ଏ ଖବର ଯିଏ ଶୁଣୁଛି ସିଏ କହୁଛି ସାବାସ୍ ବଜରଙ୍ଗ ଦଳ,ସେବାକୁ ଶହେ ସଲାମ୍ । 
 

C-295 ଏୟାରକ୍ରାପ୍ଟ
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ