ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
by Argus News
Mon, Oct 28 | 9:45 p.m.

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହା ସମସ୍ତଙ୍କୁ ଜଣା । ହେଲେ ଏହି କୁନି କୁନି ପିଲମାନେ ଯେଉଁ ଦୀପ ତିଆରି କରୁଛନ୍ତି ତାହା ଲଗାଇଲେ ବାୟୁମଣ୍ଡଳରେ ଅମ୍ଳଜାନ ବୃଦ୍ଧି ହେବ । ପ୍ରଦୁଷଣ ମୁକ୍ତ ଦୀପାବଳୀ ସହ ମାଟି ବଦଳରେ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ପ୍ରସ୍ତୁତ କରୁଛନ୍ତି ଦୀପ । ଯାହା ଵାୟୁ ମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛନ୍ତି ସହାୟକ ।

ଦିନ ଥିଲା ଏହି  ହାତ ବସ ଷ୍ଟାଣ୍ଡ, ରେଲ୍‌ୱେ ଷ୍ଟେସନ୍‌ରେ ଜରି, ପ୍ଲାଷ୍ଟିଲ୍ ବୋତଲ ଗୋଟାଉଥିଲା । ଏବେ ସେହି ହାତରେ ନିଜ ଜୀବନ ପଥକୁ ଆଲୋକିତ କରିବାକୁ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣକୁ ନେଇ ତିଆରି କରୁଛନ୍ତି ପଞ୍ଚଗବ୍ୟ ଦୀପ । ଯାହାକୁ ତିଆରି କରିଛନ୍ତି ରାଜଧାନୀ ଭୁବନେଶ୍ବରର ବିଭିନ୍ନ ବସ୍ତିର ୧୫୦ ପିଲା । 

ଅନ୍ୟପଟେ ସାମାଜିକ ଅନୁଷ୍ଠାନ ଆଶାଏଁ ପକ୍ଷରୁ ପ୍ରାୟ ୫ ବର୍ଷ ହେବ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏଭଳି ପ୍ରଶିକ୍ଷଣ ଦିଆଯାଉଛି । ସରକାରୀ ବିଦ୍ୟାଳୟରେ ପାଠ ପଢୁଥ‌ିବା ଏହି ପିଲାମାନେ ସ୍କୁଲ ଛୁଟି ପରେ ସମୟ ନଷ୍ଟ ନ କରି ସହରର ବିଭିନ୍ନ ଆପାର୍ଟମେଣ୍ଟ ନିକଟରେ ଷ୍ଟଲ୍ ଖୋଲି ଏହି ସାମଗ୍ରୀ ଗୁଡ଼ିକ ବିକ୍ରି କରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ ୨ ହଜାର ପଞ୍ଚଗବ୍ୟ ଦୀପ ଏବେ ନୂଆଦିଲ୍ଲୀର ଏମ୍୩ଏମ୍ ଫାଉଣ୍ଡେସନ୍ ସହଯୋଗରେ ବିକ୍ରି କରାଯାଉଥିବା ବେଳେ ଏହି ପଞ୍ଚଗବ୍ୟ ଦୀପର ଦାମ୍ ୨୫ ଟଙ୍କା ରହିଥିବାବେଳେ ମାଟି ଦୀପର ଦାମ ୨୦ଟଙ୍କା ରହିଛି । ସେହିପରି ଦୀପାବଳି ଗିଫ୍ଟ ହାମ୍ପର ଦାମ୍ ରହିଛି ୧୫୦ଟଙ୍କା । ଆଶାଏଁ ପକ୍ଷରୁ ପିଲାମାନଙ୍କୁ କ୍ରାଫ୍ଟ ଶିକ୍ଷା ଦିଆଯାଇଥିବାବେଳେ ଆଗକୁ ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କୁ ସାମିଲ୍ କରାଯିବ ବୋଲି ଆଶାଏଁ ପକ୍ଷରୁ ଏହାର ପ୍ରତିଷ୍ଠାତା ରତ୍ନାକର ସାହୁ କହିଛନ୍ତି ।

ନିଜ ଭବିଷ୍ୟତକୁ ଆଲୋକିତ କରିବାକୁ ଦୀପ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ବସ୍ତିରେ ରହୁଥିବା କୁନି କୁନି ପିଲା । ପରିବେଶ ଅନୁକୂଳ ଦୀପ ତିଆରି କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛନ୍ତି ରାଜଧାନୀର ବିଭିନ୍ନ ବସ୍ତିର କୁନି କୁନି ପିଲାମାନେ । 

ପରିବେଶ ପ୍ରଦୂଷଣ ଏବେ ମାନବ ସମାଜ ପାଇଁ ସବୁଠୁ ବଡ ଆହ୍ୱାନ । ଆମର ପ୍ରତିଟି ପଦକ୍ଷେପ ଆଗାମୀ ପିଢିର ଭବିଷ୍ୟତ ଉପରେ ନିର୍ଭରଶୀଳ । ସେଥିପାଇଁ ଏବେ ଠୁ ହିଁ ସଚେତନ ହୋଇଯିବାର ଆବଶ୍ୟକତା ରହିଛି । ଆଉ ଏହି ଦିଗରେ ଏହି କୁନି କୁନି ପିଲାଙ୍କ ଚେଷ୍ଟା ଖୁବ ପ୍ରଶଂସନୀୟ ।  ତେବେ ଦର୍ଶକ ବନ୍ଧୁ ଏଥର ଆପଣ କେଉଁ ଦୀପ ଲଗାଇବେ । 

C-295 ଏୟାରକ୍ରାପ୍ଟ
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ