ଉତ୍ତର ଓଡିଶାରେ ଆରମ୍ଭ ହେଲାଣି ବର୍ଷା...
by Argus News
Wed, Oct 23 | 3:09 p.m.

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା ଏବଂ ବଢ଼ିଛି ପବନର ବେଗ । ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । 

 


ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।  

 


ଭୁବନେଶ୍ବରରେ ପାଗ ମେଘୁଆ ରହିବ । ୨୪ ଓ ୨୫ରେ ବର୍ଷା ହେବ । ପବନର ବେଗ ୬୦ ରୁ ୭୦ ରହିବ ।
 

CYCLONE UPDATE
9m ago
ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ - IMD ନିର୍ଦ୍ଦେଶକ
ଅର୍ଗସ ବ୍ୟୁରୋ: ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବ । ଧାମରା-ଭିତରକନିକା ପାଖାପାଖି ଉପକୂଳ ଅତିକ୍ରମ କରିବ । ଉପକୂଳିଆ ଅଞ୍ଚ
‘ଦାନା’ ପାଇଁ
35m ago
‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ଅର୍ଗସ ବ୍ୟୁରୋ: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବ
ବିବାହର ୯ ବର୍ଷ
41m ago
ବିବାହର ୯ ବର୍ଷ ପରେ ମାଆ ହେଲେ ଦ୍ରଷ୍ଟି ଧାମୀ
ଅର୍ଗସ ବ୍ୟୁରୋ: ଟେଲି ଅଭିନେତ୍ରୀ ଦ୍ରଷ୍ଟି ଧାମୀ। ବର୍ତ୍ତମାନ ସେ ମାଆ ହୋଇଛନ୍ତି। ବିବାହର ୮ ବର୍ଷ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୨ ଅକ୍ଟୋବର ୨୦୨୪ରେ ସେମାନଙ୍କ ଘର