ଦାନା ମୁକାବିଲା; ରାଜ୍ୟ ବିଜେପି କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ 
by Argus News
Thu, Oct 24 | 8:20 p.m.

ଭୁବନେଶ୍ୱର: ଆମ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା "ଦାନା"ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅବସ୍ଥା ତଥା ଏହାର ନିରାକରଣ ସଂକ୍ରାନ୍ତୀୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍  ଖୋଲାଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ଆଦାନ ପ୍ରଦାନ ପାଇଁ ଏକ Helpline no - 0674 239 3984 କୁ  ରାଜ୍ୟ ସଭାପତି ମନମୋହନ ସାମଲ ଜାରି କରିଛନ୍ତି ।

ଗତକାଲି ଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଏହି କଣ୍ଟ୍ରୋଲ ରୁମ୍ ରେ ପାର୍ଟିର ପଦାଧିକାରୀ ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବାତ୍ୟା ଅଞ୍ଚଳରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କାର୍ଯ୍ୟ କରୁଛନ୍ତି । 

ଅଦ୍ୟାବଧି  ୧୨୮ ଟି ଅଭିଯୋଗ ବିଭିନ୍ନ ଅଞ୍ଚଳରୁ ଆସିଥିବାବେଳେ ସେଥିନେଇ ସମ୍ପୃକ୍ତ ବିଭାଗ ଓ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି । ସେହିପରି ସ୍ଥାନୀୟ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ କରିବାକୁ ରାଜ୍ୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଉଛି ।

 

 

ବାତ୍ୟା ମୁକାବିଲା
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କର
CYCLONE DANA
ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟ
ବାତ୍ୟା ମୁକାବିଲା ପାଇଁ
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନ